ଆନନ୍ଦପୁର: କୋରୋନା ମହାମାରୀ ରୋକିବାକୁ ସରକାର ପ୍ରବାସୀଙ୍କ ପାଇଁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲି ରଖିବା ବ୍ୟବସ୍ଥା କରିଛନ୍ତି । ତେବେ କେନ୍ଦୁଝର ଶାଳବଣି ପଞ୍ଚାୟତ କଲେଜରେ ସଙ୍ଗରୋଧ ଅବଧି ସମାପ୍ତ କରିଥିବା ପ୍ରବାସୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।
ଦୀର୍ଘ ୧୪ ଦିନ କାଳ ଏକ ସଙ୍ଗରେ ଗୋଟିଏ ପରିବାର ଭଳି ଚଳିଆସିଥିଲେ ଏହି ପ୍ରବାସୀ । ଶନିବାର ପରସ୍ପରଠାରୁ ଅଲଗା ହୋଇ ଘରକୁ ଫେରୁଛନ୍ତି । ଏନେଇ ସମସ୍ତଙ୍କ ମନରେ ଦୁଃଖ । ପଞ୍ଚାୟତର ସରପଞ୍ଚ ମଧ୍ୟ ଭାବ ବିହ୍ୱଳ ହୋଇପଡିଛନ୍ତି । ଏପଟେ ସରପଞ୍ଚଙ୍କ ପ୍ରସଂଶାରେ ଶତମୁଖ ହୋଇଥିଲେ ଅନ୍ତେବାସୀ ପ୍ରବାସୀ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ