ETV Bharat / state

ସଂଘରୋଧ କେନ୍ଦ୍ରରେ ରଜ ପିଠା ବାଣ୍ଟିଲେ ସରପଞ୍ଚ - villager

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତର ସରପଞ୍ଚ ରଞ୍ଜିତା ନାୟକ ଟିଏମସିର କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଗ୍ରାମବାସୀଙ୍କୁ ପିଠା ବାଣ୍ଟିଛନ୍ତି ।

_sarpanch
କ୍ବାରେଣ୍ଟିନ ସେଣ୍ଟରରେ ରହୁଥିବା ଗ୍ରାମବାସୀଙ୍କୁ ରଜ ପିଠା ବାଣ୍ଟିଲେ ସରପଞ୍ଚ
author img

By

Published : Jun 15, 2020, 11:52 AM IST

କେନ୍ଦୁଝର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା କୋରୋନା କଟକଣାକୁ ନେଇ ଓଡିଆ ପର୍ବ ରଜ ଫିକା ପଡିଛି । ଏପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତର ସରପଞ୍ଚ ରଞ୍ଜିତା ନାୟକ ଟିଏମସିର କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଗ୍ରାମବାସୀଙ୍କୁ ପିଠା ବାଣ୍ଟିଛନ୍ତି ।

କ୍ବାରେଣ୍ଟିନ ସେଣ୍ଟରରେ ରହୁଥିବା ଗ୍ରାମବାସୀଙ୍କୁ ରଜ ପିଠା ବାଣ୍ଟିଲେ ସରପଞ୍ଚ

ସୂଚନା ଅନୁଯାୟୀ, କୋରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଏଥର ରଜ ପାଳନରେ ବହୁ କଟକଣା ଲାଗୁ ହୋଇଛି । ସମସ୍ତ ଲୋକଙ୍କୁ ଏକତ୍ରିତ ନହୋଇ ଏବଂ କୋରୋନା ନିୟମ ପାଳନ କରି ରଜ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମଧ୍ୟରେ କିଛି ଲୋକ ବାହାର ରାଜ୍ୟରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି । ଫଳରେ ସେମାନେ ରଜ ପର୍ବରେ ସାମିଲ ହେବାରୁ ବଞ୍ଚିତ ରହିଛନ୍ତି ।

ତେଣୁ ସରପଞ୍ଚ ନାୟକ ନିଜଘରୁ ବିଭିନ୍ନ ପ୍ରକାର ପିଠା କରି ଗ୍ରାମବାସୀଙ୍କୁ ବାଣ୍ଟିଛନ୍ତି । ରଜରେ ଘରକୁ ନଯାଇ ପାରିଥିଲେ ମଧ୍ୟ ଘରୋଇ ପିଠା ଖାଇ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । ସରପଞ୍ଚ ଏତାଦୃଶ କାର୍ଯ୍ୟକୁ ନେଇ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.