ETV Bharat / state

ଆରମ୍ଭ ହେଲା ଘଟଗାଁ ପୀଠରେ ସପ୍ତମୀ ପୂଜା - କେନ୍ଦୁଝର

ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ସବୁ ଦେବୀ ପୀଠ ଗୁଡିକରେ ଆଜିଠାରୁ ସପ୍ତମୀ ପୂଜା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଘଟଗାଁ ପୀଠରେ ସପ୍ତମୀ ପୂଜା
ଆରମ୍ଭ ହେଲା ଘଟଗାଁ ପୀଠରେ ସପ୍ତମୀ ପୂଜା
author img

By

Published : Oct 22, 2020, 4:48 PM IST

କେନ୍ଦୁଝର: ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ସବୁ ଦେବୀ ପୀଠ ଗୁଡିକରେ ଆଜିଠାରୁ ସପ୍ତମୀ ପୂଜା ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ସବୁ ମଣ୍ଡପରେ ପୂଜା ଆରମ୍ଭ ହେବ । ବେଲ ବରଣ ପରେ ପୀଠ ଗୁଡିକରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଛି ।

ଆରମ୍ଭ ହେଲା ଘଟଗାଁ ପୀଠରେ ସପ୍ତମୀ ପୂଜା

ଗୁରୁବାରଠାରୁ ଓଡିଶାର ସର୍ବ ପୁରାତନ ଦେବୀ ପୀଠ ଘଟଗାଁ ମା ତାରିଣୀଙ୍କ ପୀଠରେ ମଧ୍ୟ ସପ୍ତମୀ ପୂଜା ଆରମ୍ଭ ହୋଇଛି । ଘଟଗାଁ ପୀଠରେ ତାରିଣୀଙ୍କ ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ କୋଭିଡ୍ ନିୟମ ଅନୁଯାୟୀ ପୂଜା ବ୍ୟବସ୍ଥା କରାଯାଇଛି ।

କୋଭିଡ୍ ନିୟମ ଅନୁସାରେ ସାଧାରଣ ଦର୍ଶନ ବନ୍ଦ ହୋଇଥିବାବେଳେ ଭକ୍ତ ମାନେ ନିରାଶ ହୋଇଛନ୍ତି। ଅନ୍ୟପକ୍ଷେ ଦଶମୀ ପର୍ଯ୍ୟନ୍ତ ମା ତାରିଣୀଙ୍କ ସୁନା ବେଶ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.