ETV Bharat / state

ସାନଘାଗରାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ପର୍ଯ୍ୟଟକଙ୍କ ମେଳି, ସବୁଜ ବନାନୀରେ ଜମୁଛି ପିକ୍‌ନିକ୍‌ର ଆସର - କେନ୍ଦୁଝର ନ୍ୟୁଜ

Sanaghagara and Badaghagara Waterfall: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ବଡ଼ଘାଗରା ଓ ସାନଘାଗରା ଜଳପ୍ରପାତ । ପର୍ଯ୍ୟଟନ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କୁ ଟାଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

author img

By ETV Bharat Odisha Team

Published : Dec 26, 2023, 1:24 PM IST

ପର୍ଯ୍ୟଟକଙ୍କୁ ଟାଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

କେନ୍ଦୁଝର: ବଣ ଜଙ୍ଗଲ ପାହାଡ଼ ଭରା କେନ୍ଦୁଝର ଜିଲ୍ଲା । ଏହି ଜଙ୍ଗଲ ପାହାଡ଼ ମଧ୍ୟରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଅପରୂପ ସୋନ୍ଦର୍ଯ୍ୟ ସହ ଜିଲ୍ଲାର କୋଣ ଅନୁକୋଣରେ ପ୍ରାକୃତିକ ଜଳପ୍ରପାତ ମଧ୍ୟ ଅହରହ ବହି ଚାଲିଛି । ଜିଲ୍ଲାରେ ବହିଯାଇଥିବା ପ୍ରାକୃତିକ ଝରଣା ଗୁଡିକ ମଧ୍ୟରେ ବଡ଼ଘାଗରା ଓ ସାନଘାଗରା ଜଳପ୍ରପାତ ଅନ୍ୟତମ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଏହି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ପାର୍ଶ୍ଵରେ ଥିବା ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା । ଏହା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ ।

ତେବେ ପ୍ରକୃତି କୋଳରେ କିଛି ସମୟ ଅତି ବାହିତ କରିବା ପାଇଁ କିଏ ବା ନଚାହେଁ । ଆଉ ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ସମସ୍ତଙ୍କ ମନରେ ଉଙ୍କି ମାରେ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲି ଦେଖିବା ପାଇଁ । ବିଶେଷକରି ରାଜ୍ୟ ପ୍ରସିଦ୍ଧ ସାନଘାଗରା, ବଡ଼ଘାଗରା, ଖଣ୍ଡାଧାର, ମୁର୍ଗା ମହାଦେବ, ହାଣ୍ଡିଭଙ୍ଗା ଭଳି ସୁଉଚ୍ଚ ଜଳପ୍ରପାତକୁ ବଣଭୋଜି ପାଇଁ ବର୍ଷତମାମ୍‌‌ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେନ୍ଦୁଝର ସହରରୁ ମାତ୍ର ୧୦ କିମି ଦୂରରେ ବଡ଼ଘାଗରା ଜଳପ୍ରପାତ ଅବସ୍ଥିତ ।

ତେବେ ପୂର୍ବରୁ ଏହି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ପାଇଁ ଅନେକ ପର୍ଯ୍ୟଟକ ନିୟମିତ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମିର ଯୋଗୁଁ ଅଭାବ ଯୋଗୁଁ ଅନେକ ସମୟରେ ପର୍ଯ୍ୟଟକ ଫେରିଯାଆନ୍ତି । ତେବେ ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪କୋଟି ୭୦ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନକେନ୍ଦ୍ରରେ ପାନୀୟଜଳ, ବଣଭୋଜି ପିଣ୍ଡି, ଦୋକାନ ଗୃହ, ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାରେ ପାହାଚ ନିର୍ମାଣ ଓ ଜେଟି ସ୍ଥାପନ, ଭ୍ୟୁ-ପଏଣ୍ଟ, ଶୌଚାଳୟ ଆଦି ନିର୍ମାଣ ଶେଷ ହୋଇଛି । ତେଣୁ ଚଳିତବର୍ଷ ଏହି ପର୍ଯ୍ୟଟନକେନ୍ଦ୍ର ବୁଲି ଦେଖିବା ସହ ବଣଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ଼ ଲାଗି ରହିଛି । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରକୃତିର ମଜା ନେବା ସହ ବଣଭୋଜି କରିବାକୁ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଗୋହିରା ଜଳଭଣ୍ଡାର; ଉନ୍ନତିକରଣ ପାଇଁ ମିଳିଲା ଅନୁଦାନ

ସେହିପରି ସାନ ଘାଗରାରେ ଥିବା ବୋଟିଂର ମଜା ନେବା ସହ ଭିଭିନ୍ନ ଖେଳ ସାମଗ୍ରୀର ମଜା ନେଉଛନ୍ତି ପର୍ଯ୍ୟଟକ । ଅନ୍ୟପଟେ ବଡ଼ ଘାଗରା ଜଳପ୍ରପାତର ବାହ୍ୟ ପାର୍ଶ୍ବକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂତନ ଭାବେ ସଜା ଯାଇଥିବା ବେଳେ ଜଳ ପ୍ରପାତ ନିକଟରେ ଥିବା ଜେଟି ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି । ରାଜ୍ୟ ବାହାରର ପର୍ଯ୍ୟଟକ ଏହି ଦୁଇ ଜଳପ୍ରପାତକୁ ଆସି ଖୁସି ଅନୁଭବ କରିଛନ୍ତି । ଏନେଇ ଜଣେ ପର୍ଯ୍ୟଟକ କହିଛନ୍ତି, "ଏଠାକୁ ଆସି ବହୁତ ଭଲ ଲାଗିଲା । ଏଠାକାର ପ୍ରାକୃତଚିକ ସୌନ୍ଦର୍ଯ୍ୟ ନିଆରା । ବିଭିନ୍ନ ସ୍ଥାନରୁ ଏଠାକୁ ଲୋକ ଆସିଛନ୍ତି । ଏଠାକାର ରାସ୍ତା ବହୁତ ଭଲ ଅଛି । ଯିବା ଆସିବାରେ କୌଣସି ଅସୁବିଧା ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.