ETV Bharat / state

ଭାଙ୍ଗୁଛି ବିରୋଧୀ ଗଡ଼, ବିଜେଡିରେ ସାମିଲ ହେଲେ ସାହାରପଡ଼ା ଅଧ୍ୟକ୍ଷା

ବିଜେଡି ମୁହାଁ ହେଉଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ । ଶନିବାର ବିଜେଡିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଏବଂ ରାଇଡିହା ସରପଞ୍ଚ । ଅଧିକ ପଢନ୍ତୁ...

author img

By

Published : Jul 24, 2021, 7:28 AM IST

 ବିଜେଡି ମୁହାଁ ହେଉଛନ୍ତି ବିରୋଧୀ
ବିଜେଡି ମୁହାଁ ହେଉଛନ୍ତି ବିରୋଧୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଭାଙ୍ଗୁଛି ବିରୋଧୀ ବିଜେପି ଓ କଂଗ୍ରେସ ଗଡ଼ । ବିଜେଡି ମୁହାଁ ହେଉଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ । ଶନିବାର ବିଜେଡିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ପାର୍ବତୀ ହୋ ।

 ବିଜେଡି ମୁହାଁ ହେଉଛନ୍ତି ବିରୋଧୀ
ବିଜେଡି ମୁହାଁ ହେଉଛନ୍ତି ବିରୋଧୀ

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ଦଳରେ ମିଶିଛନ୍ତି ରମ୍ଭାବତି ଓ ପାର୍ବତୀ । ପ୍ରଣବଙ୍କ ସରକାରୀ କ୍ୱାର୍ଟରରେ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ଉପସଭାପତି ବଦ୍ରି ନାରାୟଣ ପାତ୍ର, ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.