ETV Bharat / state

କାର-ଟ୍ରକ୍ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୪ ଗୁରୁତର

କାର-ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, କେନ୍ଦୁଝର
author img

By

Published : May 11, 2019, 3:23 PM IST

ଆନନ୍ଦପୁର: କାର୍ ଟ୍ରକ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଗୋହିରା ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ।

ସୂଚନା ଅନୁଯାୟୀ, ଏକ ପରିବାରର ସଦସ୍ୟମାନେ କାର ଯୋଗେ ଦେବଗଡ ଅଞ୍ଚଳରୁ କୌଣସି କାମରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ରିଲିଆନ୍ସ ପେଟ୍ରୋଲ ପମ୍ପରୁ ବାହାରୁଥିବା ଏକ ଟ୍ରକ କାରଟିକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ରୂପେ ଓଲଟି ପଡିଥିବାବେଳେ ପରିବାରର ୪ଜଣ ସଦସ୍ୟ ଗୁରୁତର ହୋଇଥିଲେ ।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଷିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଘଟଣାର ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ଭୁବନେଶ୍ୱର ନାୟପଲ୍ଲୀ ସ୍ଥିତ କ୍ରାଉଁନ ହୋଟେଲ ର ସମୁଖ ଛକ। ସକାଳ 6 ଟା ରୁ ଦିନ 9 ଟା ଯାଏ ଏଠି ଲାଗେ ଦିନ ମଜୁରିଆ ଙ୍କ ଭିଡ଼। ଗୋଟିଏ ବେଳ ର ଖାଇବା ସାଙ୍ଗରେ ନେଇ ଏମାନେ ବାହାରି ଯାଆନ୍ତି କାମ କୁ। ସ୍ମାର୍ଟ ସିଟି ର ବଡ଼ ବଡ଼ିଆ  ଠାରୁ ବିଲ୍ଡର ବି ସକାଳୁ ଆସି ଏହି ଦିନ ମଜୁରିଆ ଙ୍କୁ ଡାକି ନିଆନ୍ତି ନିଜର କାମ କୁ। ହେଲେ ଏବେ ଏ ମଜୁରିଆ ମାନଙ୍କ ଅବସ୍ଥା ହେଇ ପଡୁଛି ସେଚନୀୟ, କାରଣ ସାମୁଦ୍ରିକ ଝଡ଼ ଫେ।ନି ସ୍ମାର୍ଟ ସିଟି ରେ ନିଜର ତାଣ୍ଡବ ରଚିସାରିଛି।  ଲୋକେ କହୁଛନ୍ତି 10 ବର୍ଷ ପୁରୁଣା ଯୁଗ କୁ ଫେରିଗଲା ଓଡିଶା ର ରାଜଧାନୀ। ଘର ଛାତ ଛାତ ଠାରୁ ଖାଇବା ଦାନ, ପଶୁ ପକ୍ଷୀ ଠାରୁ ମଣିଷ ଜୀବନ ସବୁ କୁ ହନ୍ତସନ୍ତ କରୁଛି ଏବେ ଏହି ବତ୍ୟା।  ଅନ୍ୟ ପଟେ ଏ ଦିନ ମଜୁରିଆ ବି ନିଜ ପେଟ ପେଷିବା ପାଇଁ ଡହଳ ବିକଳ ହେଇ ପାଉଛନ୍ତି। କାରଣ ବାତ୍ୟା ପାଇଁ ଏବେ ସେମାନେ କାମ କୁ ଯାଇ ପାରୁ ନାହାଁନ୍ତି। କେହି କାମ କରିବା କୁ ଡାକୁ ନାହାନ୍ତି। ସକାଳୁ ଆସି ଦିନ 12 ଟା ଯାଏ ଛକ ରେ ବସି ରହୁଛନ୍ତି ହେଲେ କାମ ମିଳୁନି। ତେବେ ଦେଖିବାର ରହିଲା କେବେ ସବୁ ବ୍ୟବସ୍ଥା ସୁଧୁରିବ ଆଉ ଏହି ଦିନ ମଜୁରିଆ ନିଜର କାମ ଫେରି ପାଇବେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.