ETV Bharat / state

ନୂଆ ଟ୍ରାଫିକ୍ ନିୟମ ପାଇଁ ଆରଟିଓ କାର୍ଯ୍ୟାଳୟରେ ଭିଡ଼ - RTO office crowded by people

କେନ୍ଦୁଝର ଜିଲ୍ଲାର ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଲମ୍ବା ଲାଇନ ଦେଖିବାକୁ ମିଳିଛି । ପରିବହନ ବିଭାଗ ପକ୍ଷରୁ ଏକାଧିକ କାଉଣ୍ଟର ନଥିବାରୁ ଗୋଟିଏ ଲାଇନରେ ସମସ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାର ଅଚାନକ ରାଜ୍ୟରେ ଟ୍ରାଫିକ ନିୟମ କଡା କରିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 12, 2019, 12:52 PM IST

କେନ୍ଦୁଝର: ନୂଆ ଟ୍ରାଫିକ୍ ନିୟମ ଆଣିଲେ ସରକାର । ଏହି ନିୟମ ଲାଗୁ ହେବା ପରେ ସବୁଠି ଚାଲିଥିଲା ଧରପଗଡ । ନିୟମ ଉଲ୍ଲଙ୍ଘନ କଲେ ସମସ୍ତଙ୍କୁ ଘାରୁଛି ଜରିମାନା ଦେବାର ଭୟ । ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । ଆଉ ଘରୁ ଗାଡି ବାହାର କଲେ ହଜାର ଥର ଭାବିବାକୁ ପଡୁଛି । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଥିବା ଟ୍ରାଫିକ ଓ ପରିବହନ ଅଧିନିୟମ 2019 ପରେ ତଣ୍ଡ ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ପାଳିବାକୁ ବାଧ୍ୟ ହେଉଛନ୍ତି । ଏହି ନୂଆ ଟ୍ରାଫିକ୍‌ ନିୟମର ପ୍ରଭାବ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଲମ୍ବା ଲାଇନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଜିଲ୍ଲାର ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଲମ୍ବା ଲାଇନ ଦେଖିବାକୁ ମିଳିଛି । ସରକାର ହଠାତ୍‌ ଏହି ନିୟମ ଲାଗୁ କରିବା ପରେ କିଏ ଲାଇସେନ୍ସ ପାଇଁ ତ ଆଉ କିଏ ଗାଡିର କାଗଜ ପତ୍ର ଠିକ କରିବାକୁ ଏହି ଲମ୍ବା ଲାଇନରେ ଠିଆ ହେବାକୁ ବାଧ୍ୟ ହେଉଛି । ସେପଟେ ପରିବହନ ବିଭାଗ ପକ୍ଷରୁ ଏକାଧିକ କାଉଣ୍ଟର ନଥିବାରୁ ଗୋଟିଏ ଲାଇନରେ ସମସ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି । ଯଦ୍ବାରା ଅସନ୍ତୋଷ ଦେଖିବାକୁ ମିଳିଛି ।

ଅପରପକ୍ଷେ ଏନେଇ ପରିବହନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସରକାର ନିୟମ ଅଚାନକ ଲାଗୁ କରିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି । ଯଥାଶୀଘ୍ର ନୂଆ କାଉଣ୍ଟର କରିବା ସହ ପୁରୁଷ ମହିଳାଙ୍କ ପାଇଁ ଅଲଗା କାଉଣ୍ଟର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ନୂଆ ଟ୍ରାଫିକ୍ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିୟମରେ ତିନିମାସ ପାଇଁ କୋହଳ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସରକାରଙ୍କ ନୂଆ ନିୟମ ପାଇଁ ପରିବହନ କାର୍ଯ୍ୟାଳୟରେ ଭିଡ଼

Body: ନୂଆ ନିୟମ ସରକାର ଆଣିଲେ । ଏହି ନିୟମଟି ହେଲା ଟ୍ରାଫିକ ଓ ପରିବହନ ଅଧୀନିୟମ ୨୦୧୯ । ଏହି ନିୟମାନୁସାରେ ସମସ୍ତ ନାଗରିକ ଟ୍ରାଫିକ ନିୟମ ପାଳନ କରିବାକୁ ବାଧ୍ୟ । ଏହି ନିୟମ ଅନୁଯାୟୀ ସମସ୍ତ ନାଗରିକ ନିଜ ଗାଡିର କାଗଜପତ୍ର ଠିକ କରିବା ସହ ଗାଡି ଚାଳନା ପାଇଁ ଲାଇସେନ୍ସ ବାଧ୍ୟତାମୂଳକ । ଏହା ନ କଲେ ସମସ୍ତେ କଡା ଫାଇନ ର ସମ୍ମୁଖୀନ ହେବାକୁ ପଡିବ । ଏଥିପାଇଁ ରାଜ୍ୟର ସମସ୍ତ ପରବହନ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଛି ଲମ୍ବା ଲାଇନ । କେନ୍ଦୁଝର ଜିଲ୍ଲାର ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏହି ଲମ୍ବା ଲାଇନ ଦେଖିବାକୁ ମିଳିଛି । ସରକାର ହଟାତ ନିୟମ ଲାଗୁ କରିବାରୁ କିଏ ଲାଇସେନ୍ସ ପାଇଁ ତ କିଏ ଗାଡିର କାଗଜ ପତ୍ର ଠିକ କରିବାକୁ ଏହି ଲମ୍ବା ଲାଇନ ରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ସେପଟେ ପରିବହନ ବିଭାଗ ପକ୍ଷରୁ ଏଧିକ କାଉଣ୍ଟର ନଥିବାରୁ ଗୋଟିଏ ଲାଇନ ରେ ଘଣ୍ଟା ଘଣ୍ଟା ଧରି ଜନତା । ପୁରୁଷ ମହିଳା ସମସ୍ତେ ଗୋଟିଏ ଲାଇନ ରେ ଠିଆ ହେବାରୁ ଅସନ୍ତୋଷ ଦେଖାଦେଇଛି ।
ବାଇଟ-୧-ସତ୍ୟାନନ୍ଦ ବାରିକ ( ଲାଇନ ରେ ଥିବା ଜନତା, ଟି ସାର୍ଟ ପିନ୍ଧିଚି)
ବାଇଟ-୨-ବିଜୟ ମିଶ୍ର ( ଲାଇନ ରେ ଥିବା ଜନତା, ଧଳା ସାର୍ଟ ପିନ୍ଧିଥିବା )
ବାଇଟ-୩-ସୁଜାତା ମୁର୍ମୁ ( ଲାଇନ ଥିବା ମହିଳା)

ଏନେଇ ପରିବହନ ବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ସରକାର ନିୟମ ହଟାତ ଲାଗୁକରିବାରୁ ଏପରି ଅବସ୍ଥା ହେଉଛି । ଯଥାଶୀଘ୍ର ନୂଆ କାଉଣ୍ଟର କରିବା ସହ ପୁରୁଷ ମହିଳାଙ୍କ ପାଇଁ ଅଲଗା କାଉଣ୍ଟର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ଅସନ୍ତୋଷ କୁ ଦେଖି ରାଜ୍ୟ ସରକାର ନିୟମ ରେ ତିନିମାସ ପାଇଁ କୋହଳ କରିଛନ୍ତି।
ବାଇଟ-୪-ନିର୍ମଳ ଚନ୍ଦ୍ର ମହାନ୍ତି( ପରିବହନ ଅଧିକାରୀ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.