ETV Bharat / state

ଅଳଙ୍କାର ଦୋକାନରେ ଚୋରି, ଦୁର୍ବୃର୍ତ୍ତ ଫେରାର

author img

By

Published : Sep 9, 2019, 10:18 PM IST

ସକାଳୁ ସକାଳୁ ଅଳଙ୍କାର ଦୋକାନରୁ ଚୋରି । ସୋମବାର ସକାଳେ ଦୋକାନ ଖୋଲି ମାଲିକ ନିକଟସ୍ଥ ନଳକୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଦୁଇ ଦୁର୍ବୃର୍ତ୍ତ ଆସି ଲୁଟି ନେଇଥିଲେ ଅଳଙ୍କାର ବାକ୍ସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସକାଳୁ ସକାଳୁ ଅଳଙ୍କାର ଦୋକାନରେ ଚୋରି । ସୋମବାର ସକାଳେ ଦୋକାନ ଖୋଲି ମାଲିକ ନିକଟସ୍ଥ ନଳକୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଦୁଇ ଦୁର୍ବୃତ୍ତ ଆସି ଲୁଟିନେଇଥିଲେ ଅଳଙ୍କାର ବାକ୍ସ । ଘଟଣାଟି ହେଉଛି ଆନନ୍ଦପୁର ବଡଦାଣ୍ଡରେ ଥିବା ଦୁର୍ଗା ଜୁଏଲାରୀର ।

ସୂଚନା ଅନୁଯାୟୀ ସୋମବାର ସକାଳେ ଦୋକାନ ଖୋଲି ନିକଟସ୍ଥ ନଳକୂଅରୁ ପାଣି ଆଣିବାକୁ ଯାଇଥିଲେ ଦୋକାନୀ ବିଶ୍ବରଞ୍ଜନ ସାହୁ । ଏହି ସମୟରେ ଦୋକାନ ଖୋଲା ହୋଇଥିବାର ଦେଖି ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୋକାନ ଭିତରେ ଥିବା ଅଳଙ୍କାର ବାକ୍ସକୁ ଉଠାଇ ଦ୍ରୁତ ଗତିରେ ଚାଲିଯାଇଥିଲେ । ହେଲେ ଦୁର୍ବୃତ୍ତଙ୍କୁ ପିଛା କରି ଅସଫଳ ହେବା ପରେ ପୋଲିସକୁ ଖବର କରିଥିଲେ ଦୋକାନୀ ବିଶ୍ବରଞ୍ଜନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ବାକ୍ସରେ ପ୍ରାୟ 400 ଗ୍ରାମରୁ ଅଧିକ ସୁନା ଓ ରୁପା ଅଳଙ୍କାର ଥିବା ବିଶ୍ବରଞ୍ଜନ ସୂଚନା ଦେଇଥିଲେ । ତେଣେ ଖବର ପାଇ ଆନନ୍ଦପୁର ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.