ETV Bharat / state

ଖଣି ଅଞ୍ଚଳର ଲୋକଙ୍କ ଦୁଃଖ ପାଲଟିଛି ରାସ୍ତାଜାମ - mining community

ଖଣି ଅଞ୍ଚଳକୁ ହଜାର ହଜାର ଟ୍ରକ ଚାଲୁଥିଲେ ମଧ୍ୟ ଆବଶ୍ୟକ ମୁତାବକ ରାସ୍ତାଘାଟ ନାହିଁ । ଫଳରେ ଏହି ରାସ୍ତା ପାଇଁ ଟ୍ରକ ଗୁଡିକ ଜାମ କରୁଛନ୍ତି । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିବ କାଳୀମାଟି ଛକରୁ ବାମେଵାରୀ ରାସ୍ତାରେ । ଅଧିକ ପଢନ୍ତୁ...

ଖଣି ଅଞ୍ଚଳର ଲୋକଙ୍କ ଦୁଃଖ ପାଲଟିଛି ରାସ୍ତାଜାମ

author img

By

Published : Jul 26, 2020, 4:42 AM IST

କେନ୍ଦୁଝର: ଜିଲ୍ଲା ଏକ ଖଣି ଖାଦାନ ଭରା ଜିଲ୍ଲା । ଏଠାରେ ଲୌହ, ମାଙ୍ଗାନିଜ ଆଦି ଭରି ରହିଛି । ଏହି ଖଣି ଗୁଡିକରୁ ପ୍ରତିଦିନ ହଜାର ହଜାର ଟ୍ରକ ଲୌହ ଓ ମାଙ୍ଗାନିଜ ନେଇ ବିଭିନ୍ନ ପ୍ଲାଣ୍ଟ, ବନ୍ଦର ଆଦିକୁ ଯିବା ଆସିବା କରିଥାନ୍ତି । ଏହି ଖଣି ଅଞ୍ଚଳକୁ ହଜାର ହଜାର ଟ୍ରକ ଚାଲୁଥିଲେ ମଧ୍ୟ ଆବଶ୍ୟକ ମୁତାବକ ରାସ୍ତାଘାଟ ନାହିଁ । ଫଳରେ ଏହି ରାସ୍ତା ପାଇଁ ଟ୍ରକ ଗୁଡିକ ଜାମ କରୁଛନ୍ତି । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିବ କାଳୀମାଟି ଛକରୁ ବାମେଵାରୀ ରାସ୍ତାରେ ।

ଖଣି ଅଞ୍ଚଳର ଲୋକଙ୍କ ଦୁଃଖ ପାଲଟିଛି ରାସ୍ତାଜାମ

ଏହି ରାସ୍ତାରେ ବର୍ଷ ତମାମ ଟ୍ରକ ଗୁଡିକ ଆଇରନ ପରିବହନ ପାଇଁ ଭିଡ଼ ଜମାଇଥାନ୍ତି । ଯଦ୍ବାରା ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବା ବହୁ ସମୟରେ ଅସମ୍ଭବ ହୋଇ ପଡ଼ିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଏଥିରୁ ଵାଦ ପଡିନଥାଏ । ଏନେଇ ସ୍ଥାନୀୟ ଜନସାଧାରଣ ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ଦୁଃଖ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୋଗ କଲେ ବହୁବାର କେସର ଭୟଥିବା ମଧ୍ୟ ଅଭିଯୋଗ କରିଛନ୍ତି ଜନସାଧାରଣ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.