ETV Bharat / state

ସାର ରେକ ପଏଣ୍ଟ ଦାବିରେ ରାସ୍ତାରୋକ - ସାର ରେକ ପଏଣ୍ଟ

ସାର ରେକ ପଏଣ୍ଟ ଓ କଳାତବଜାରୀ ପ୍ରତିବାଦରେ କୃଷକ ମୋର୍ଚ୍ଚାର ରାସ୍ତାରୋକ । ଅଧିକ ପଢନ୍ତୁ...

ସାର ରେକ ପଏଣ୍ଟ ଦାବିରେ ରାସ୍ତାରୋକ
ସାର ରେକ ପଏଣ୍ଟ ଦାବିରେ ରାସ୍ତାରୋକ
author img

By

Published : Jul 1, 2021, 3:08 PM IST

କେନ୍ଦୁଝର: ରାଜ୍ୟ ବିଜେପି ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରାଯାଉଛି । ଏହି କ୍ରମରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ବରେ ୪୯ ନମ୍ବର ରାଜରାସ୍ତାକୁ ରୋକ କରାଯାଇଥିଲା।

ସାର ରେକ ପଏଣ୍ଟ ଦାବିରେ ରାସ୍ତାରୋକ

ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁସୁଳି ରାଜରାସ୍ତାକୁ ଅବରୋଧ କରିଥିଲେ ବିଜେପି ନେତା । ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । କିନ୍ତୁ ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ସାର ଠାରୁ କୀଟନାଶକ ପର୍ଯ୍ୟନ୍ତ କିଛିବି ଚାଷୀଙ୍କ ପାଖରେ ପହଞ୍ଚୁନି । ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସୁଛି । ଏହା ସହ କେନ୍ଦୁଝର ଜିଲ୍ଲାରେ ସାର ରେକ ପଏଣ୍ଟ ମଧ୍ୟ ଦାବି କରିଛି କୃଷକ ମୋର୍ଚ୍ଚା । ତେବେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଶହ ଶହ ଟ୍ରକ ରାସ୍ତା ଉପରେ ତିନି ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.