କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଗୋରୁ ଚାଲାଣକାରୀଙ୍କ ସମେତ ୧୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଗୋରୁ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଫଳରେ ଗୋରୁ ବୋଝେଇ ଟ୍ରକରେ ଥିବା ଜଣେ ଗୋରୁ ଚାଲାଣକାରୀଙ୍କ ସମେତ ୧୨ଟି ଗୋରୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାସହ ୬ଟି ଗୋରୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଗୋରୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ବାକି କିଛି ଗୋରୁଙ୍କର ବେକରୁ ଦୌଡ଼ି ଖୋଲି ଦେବାରୁ ସେମାନେ ପାଖ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, କେନ୍ଦୁଝର