ETV Bharat / state

ବସକୁ ପିଟିଲା ଟ୍ରକ: 5 ବର୍ଷର ଝିଅ ମୃତ, 8 ଗୁରୁତର

କେନ୍ଦୁଝର କାଞ୍ଜିପାଣି ଘାଟିରେ ଏକ ବସକୁ ପିଟିଲା ଟ୍ରକ । ଘଟଣାରେ ଜଣେ ପାଞ୍ଚ ବର୍ଷ ଝିଅର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କୁ ସଂକଟାପର୍ଣ୍ଣ ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

author img

By

Published : Apr 25, 2019, 9:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବସକୁ ପିଟିଲା ଟ୍ରକ । ଫଳରେ ଜଣେ ପାଞ୍ଚ ବର୍ଷ ଝିଅର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କୁ ସଂକଟାପର୍ଣ୍ଣ ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଗୁରୁତର 8 ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୂଯାୟୀ, ବୁଧବାର ବିଳମ୍ବିତ ରାତିରେ ରାକେଶ ନାମକ ଏକ ବସ କେନ୍ଦୁଝରରୁ ରାଉରକେଲା ଯାଉଥିଲା । ହଠାତ୍ ପଛରୁ ଏକ ଲୁହା ବୋଝେଇ ଟ୍ରକ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ଓଲଟି ପଡିଥିଲା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ଜଣାପଡିଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ମେଡିକାଲରେ ପହଞ୍ଚାଇଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଫେରାର ଡ୍ରାଇଭର ଓ ହେଲପରକୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.