ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବାଇକ, ଜଣେ ମୃତ

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପୁଟୁଳିଆ ଗାଁରେ ବାଇକ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକଟି ପଥରରେ ପିଟି ହୋଇଥିଲା । ଅଧିକ ପଢନ୍ତୁ...

author img

By

Published : Oct 23, 2020, 4:21 PM IST

ବାଇକ ଦୁର୍ଘଟଣାରେ ଜଣେ ମୃତ
ବାଇକ ଦୁର୍ଘଟଣାରେ ଜଣେ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣାଥାନା ଅନ୍ତର୍ଗତ ପୁଟୁଳିଆ ଗ୍ରାମରେ ଘଟିଛି ଏକ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି ।

ବାଇକ ଦୁର୍ଘଟଣାରେ ଜଣେ ମୃତ

କମେଶ୍ବରପୁର ଗାଁର ବିଷନ ମୁଣ୍ଡା କୌଣସି କାମରେ ଗାଁରୁ ବାହାରକୁ ଯାଇଥିଲେ । କାମ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାଇକଟି ଦ୍ରୁତ ଗତିରେ ଆସୁଥିଲା । ଭାରସାମ୍ୟ ହରାଇବାରୁ ବାଇକଟି ଏକ ପଥରରେ ପିଟି ହୋଇଯାଇଥିଲା । ଫଳରେ ବାଇକ ଚାଳକ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବିଷନଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟଣାଗଡ ଥାନା ଘଟଣାର ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.