ETV Bharat / state

ଭୂତ ଖାଉଛି ଶହଶହ କ୍ବିଣ୍ଟାଲ ଚାଉଳ - kendujhar latest news

ହରିଚନ୍ଦନପୁର ପଞ୍ଚାୟତ, ରାସୋଳ ଓ ଟାଙ୍ଗିରିଆପାଳ ପଞ୍ଚାୟତରେ ଖତ ଖାଉଛି ଶହଶହ କ୍ବିଣ୍ଟାଲ ଚାଉଳ । ସରକାରଙ୍କ ନିୟମ ମୁତାବତ ସମ୍ପୃକ୍ତ ମିଲ ମାଲିକଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏତେ ଦିନ ବିତିଯାଇଥିଲେ ହେଁ ଚାଉଳ ପୋକ ଲାଗିଯାଇଥିବାବେଳେ ନିଲାମ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇ ସୁଦ୍ଧା ହୋଇପାରୁ ନାହିଁ ନିଲାମ ।

ସରକାର ଦେଉ ନାହାଁନ୍ତି ଦୃଷ୍ଟି, ଭୂତ ଖାଉଛି ଶହଶହ କ୍ବିଣ୍ଟାଲ ଚାଉଳ

author img

By

Published : May 18, 2020, 11:00 AM IST

Updated : May 18, 2020, 11:23 AM IST

କେନ୍ଦୁଝର: ହରିଚନ୍ଦନପୁର ପଞ୍ଚାୟତ, ରାସୋଳ ଓ ଟାଙ୍ଗିରିଆପାଳ ପଞ୍ଚାୟତରେ ଖତ ଖାଉଛି ଶହଶହ କ୍ବିଣ୍ଟାଲ ଚାଉଳ । ନିଲାମ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇ ସୁଦ୍ଧା ହୋଇପାରୁ ନାହିଁ ନିଲାମ ।

ଖତ ଖାଉଛି ଶହଶହ କ୍ବିଣ୍ଟାଲ ଚାଉଳ

ଏନେଇ ସରପଞ୍ଚ କହିଛନ୍ତି ଯେ, ପୋକ ଲାଗି ନଷ୍ଟ ହେଲାଣି ଚାଉଳ । ବିନା ଡେଲିଭରି ଚାଲାଣରେ ଜମା ହୋଇଥିଲା ଶହଶହ କ୍ବିଣ୍ଟାଲ ଚାଉଳ । ଏସବୁ ଚାଉଳ କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ତାହାର କୌଣସି ହିସାବ ନଥିଲା ଜିଲ୍ଲା ପ୍ରଶାସନ ନିକଟରେ । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯିବା ସହ ତଦନ୍ତ ଆରମ୍ଭ ହେଲା ଆଉ ସମ୍ପୃକ୍ତ ପଞ୍ଚାୟତର ଗୋଦାମ ଗୃହକୁ ସିଲ କରାଗଲା । ଜଣା ପଡିଲା ଜଣେ ମିଲର ପୂର୍ବରୁ ଏପରି କାମରେ ଲିପ୍ତ ରହି ମିଳିମିଶି ଏସବୁ କାର୍ଯ୍ୟ କରି ଆସୁଥିଲେ । ଆଉ ଏହି ଚାଉଳ ସବୁ ମୂଳରୁ ପୋକରା ଥିବାରୁ ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।

ଏନେଇ ଆମେ କେନ୍ଦୁଝର ଯୋଗାଣ ଅଧିକାରୀଙ୍କୁ ଭେଟି ପଚାରିବାରୁ ସେ ଏକଥାକୁ ସ୍ବୀକାର କରିଥିଲେ । ଏସବୁ ଭିତରେ ସରକାରଙ୍କ ନିୟମ ମୁତାବତ ସମ୍ପୃକ୍ତ ମିଲ ମାଲିକଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏତେ ଦିନ ବିତିଯାଇଥିଲେ ହେଁ ଚାଉଳ ପୋକ ଲାଗିଯାଇଥିବାବେଳେ ନିଲାମ ନକରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : May 18, 2020, 11:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.