ETV Bharat / state

ନିଆରା ମୂର୍ତ୍ତି କାରିଗର 'ରେଣୁବାଳା', ମହିଳା ସଶକ୍ତିକରଣର ସାଜିଛନ୍ତି ଉଦାହରଣ

author img

By ETV Bharat Odisha Team

Published : Sep 14, 2023, 6:06 PM IST

ନିଜ କୌଳିକ ବୃତ୍ତିକୁ ଆପଣାଇ ମହିଳା ସଶକ୍ତିକରଣର ନିଆରା ଉଦାହରଣ ସାଜିଛନ୍ତି ମୂର୍ତ୍ତି କାରିଗର ରେଣୁବାଳା ରଣା। ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଗ୍ରାହକ ଏଠାରେ ତାଙ୍କ ହାତ ତିଆରି ମୂର୍ତ୍ତି ନେବା ପାଇଁ ଭିଡ଼ ଜମାଇ ଥାଆନ୍ତି । ଅଧିକ ପଢ଼ନ୍ତୁ

renubala makes idols
ଚର୍ଚ୍ଚାରେ ମହିଳା ମୂର୍ତ୍ତି କାରିଗର
ଚର୍ଚ୍ଚାରେ ମହିଳା ମୂର୍ତ୍ତି କାରିଗର

କେନ୍ଦୁଝର: ମହିଳା ସଶକ୍ତିକରଣର ନିଆରା ଉଦାହରଣ ସାଜିଛନ୍ତି ମୂର୍ତ୍ତି କାରିଗର ରେଣୁବାଳା ରଣା । ନିଜ କୌଳିକ ବୃତ୍ତିକୁ ଆପଣାଇ ଭଳିକି ଭଳି ମୂର୍ତ୍ତି ତିଆରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରେଣୁବାଳା । ପୂଜା ପାଇଁ କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ରହିଥିବାବେଳେ ସଦର ବ୍ଲକ ଶଙ୍କରପୁରର ରେଣୁବାଳା ଭଳିକି ଭଳି ଆକର୍ଷଣୀୟ ମୂର୍ତ୍ତି ତିଆରି କରୁଛନ୍ତି ପିଲାଟି ଦିନରୁ କାରିଗରୀ ପ୍ରତି ତାଙ୍କର ଥିବା ଅହେତୁକ ଦୁର୍ବଳତା ଯୋଗୁଁ ଆଜି ସେ ଜଣେ ସଫଳ କାରିଗର ହୋଇପାରିଛନ୍ତି । ଏବେ ନିଜେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି ।

ରେଣୁବାଳା ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ମୂର୍ତ୍ତି ଓ ଫଟୋକୁ ଅନୁକରଣ ସେହିଭଳି ମୂର୍ତ୍ତି ତିଆରି କରନ୍ତି । ଯାହାକୁ ବେଶ ପସନ୍ଦ କରନ୍ତି ଗ୍ରାହକ । କେବଳ ମୃଣ୍ମୟୀ ମୂର୍ତ୍ତି ନୁହେଁ, ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତି ମୂର୍ତ୍ତି ମଧ୍ୟ ସେ ନିର୍ମାଣ କରିଥାନ୍ତି । ମୂର୍ତ୍ତିଗୁଡ଼ିକରେ ସ୍ଵତନ୍ତ୍ର ଡିଜାଇନ ଗଢ଼ି ତୋଳିବା ହେଉଛି ରେଣୁବାଳାଙ୍କର ଅନ୍ୟତମ ସ୍ୱତନ୍ତ୍ର ଗୁଣ । ସେଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଗ୍ରାହକ ଏଠାରେ ତାଙ୍କ ହାତ ତିଆରି ମୂର୍ତ୍ତି ନେବା ପାଇଁ ଭିଡ଼ ଜମାଇଥାନ୍ତି ।

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଗଣେଷ ଓ ବିଶ୍ଵକର୍ମା ପୂଜା ପାଇଁ ଚଳଚଞ୍ଚଳ ମୂର୍ତ୍ତି କାରିଗର ପରିବାର । ଆସନ୍ତା ୧୭ ତାରିଖରେ ବିଶ୍ଵକର୍ମା ଓ ୧୯ ତାରିଖରେ ଗଣେଷ ପୂଜା ରହିଛି । ଆଉ ଗଣେଶ ପୂଜା ପରେ ଆସନ୍ତି ଜଗତ ଜନନୀ ମା' ଦଶଭୁଜା । ପୂର୍ଣ୍ଣିମାଠାରୁ ମାଟି ଚକଟା ଆରମ୍ଭ ହୋଇ ମୂର୍ତ୍ତି ଗଢ଼ା ହୁଏ । ଏହାରି ଭିତରେ ଖୁଦୁରୁକୁଣୀ, ବିଶ୍ୱକର୍ମା, ଗଣେଶଙ୍କ ଭଳିକି ଭଳି ମୂର୍ତ୍ତି ତିଆରି କରିଛନ୍ତି ରେଣୁବାଳା ରଣା ।ଅନେକ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଗକୁ ସମସ୍ତ ପୂଜା ପାଇଁ ମୂର୍ତ୍ତି ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଏହା ବି ପଢନ୍ତୁ...ହରାଇନି ବେକାରୀ ସମସ୍ୟା, ଛତୁ ଚାଷ କରି ସ୍ୱାବଲମ୍ବୀ ସମ୍ବଲପୁରର ସେବତୀ

ଏନେଇ ରେଣୁବାଳା କହିଛନ୍ତି, "କୌଳିକ ବୃତ୍ତିକୁ ଆଗେଇ ନେବା ପାଇଁ ପରିବାରଲୋକେ ରାଜିନଥିଲେ। ସେମାନେ ଭାବୁଥିଲେ ମୁଁ ଠିକ ଭାବେ ମୂର୍ତ୍ତି ଗଢା କାମ କରିପାରିବି ନାହିଁ। ହେଲେ ନିଜେ ଏହି ମୂର୍ତ୍ତି ତିଆରି କଳା ଶିଖିବା ସହ 10 ବର୍ଷ ତଳେ ପ୍ରଥମେ ୭୦ଟି ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲି। ଆଉ ଏବେ ବର୍ତ୍ତମାନ ସ୍ବାମୀ, ପୁଅ ଏବଂ ଅନ୍ୟ କର୍ମଚାରୀଙ୍କ ସହୟତାରେ 1 ହଜାରରୁ ଉର୍ଦ୍ଧ୍ବ ଛୋଟ ବଡ଼ ମୂର୍ତ୍ତି ଗଢୁଛି ।"

ମହିଳା ମୂର୍ତ୍ତି କାରିଗର ରେଣୁବାଳା ପ୍ରାୟ 10ରୁ ଊର୍ଦ୍ଧ୍ବ ଯୁବକଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରିପାରିଛନ୍ତି । ଏହାସହ ଦିବ୍ୟାଙ୍ଗଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ରେଣୁବାଳା । ସେ ଜଣେ ଗୃହିଣୀ ହୋଇଥିବାବେଳେ ସମୟ କାଢ଼ି ନିଜ କୌଳିକ ବୃତ୍ତିକୁ ଆପଣାଇ ମୂର୍ତ୍ତି କାରିଗର ଭାବେ ନିଜକୁ ଗଢି ତୋଳିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇ ମହିଳା ସଶକ୍ତିକରଣର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ମୂର୍ତ୍ତି କାରିଗର ରେଣୁବାଳା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.