ETV Bharat / state

କେନ୍ଦୁଝରରେ ରଥଯାତ୍ରା ବନ୍ଦ, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ - Keonjhar news

କେବଳ ଶ୍ରୀକ୍ଷେତ୍ର ପୁରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ଉପରେ ଲାଗିଛି କଟକଣା । ତେଣୁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଶ୍ରୀ ବଳଦେବଜୀଉଙ୍କ ଯାତ୍ରା ହୋଇଛି ବନ୍ଦ । ଅଧିକ ପଢ଼ନ୍ତୁ...

Rath Yatra is closed in Keonjhar, Section 144 implemented, the vicinity of the temple, କେନ୍ଦୁଝରରେ ରଥଯାତ୍ରା ବନ୍ଦ, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ, Keonjhar news, କେନ୍ଦୁଝର ଖବର
କେନ୍ଦୁଝରରେ ରଥଯାତ୍ରା ବନ୍ଦ, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ
author img

By

Published : Jun 23, 2020, 3:57 AM IST

କେନ୍ଦୁଝର: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ବନ୍ଦ ପାଇଁ ପ୍ରସ୍ତୁତି ହୋଇଛି । ରଥଯାତ୍ରା ବନ୍ଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସହ ରଥର ଚାରିପଟେ ବ୍ୟାରିକଡେ ନିର୍ମାଣ କରାଯାଇଛି । ଏହା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯାଇଛି ।

କେନ୍ଦୁଝରରେ ରଥଯାତ୍ରା ବନ୍ଦ, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ

କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋରୋନା ମହାମାରୀ କାରଣରୁ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନଜରରେ ରଖି କେନ୍ଦୁଝରର ବଳଦେବ ଜୀଉ ମନ୍ଦିରରେ ଜାରି ହୋଇଛି 144 ଧାରା । ସୋମବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳା ସହ ନୀତିକାନ୍ତି ହେବ ସେନେଇ ଆଲୋଚନା ହୋଇଥିଲା । ଏହାସହ ମନ୍ଦିରର ଦୁଇ ଶହ ମିଟର ପରିଧି ଚାରିପଟେ ୧୪୪ ଧାରା ମଧ୍ୟ ଲାଗୁ କରିଛି ପ୍ରଶାସନ । ସୋମବାର ରାତି ୧୦ଟାରୁ ମଙ୍ଗଳବାର ରାତି୧୨ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଜଣା ପଡ଼ିଛି । ତେବେ ଠାକୁରଙ୍କ ଯାତ୍ରା ବନ୍ଦ ହେଲା ପରେ ଭକ୍ତଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.