ETV Bharat / state

2019 ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ, ନାବାଳକ ଅଭିଯୁକ୍ତକୁ 20ବର୍ଷ ଜେଲ - ନାବାଳିକ ଅଭୁଯୁକ୍ତକୁ 20ବର୍ଷ ଜେଲ

2019 ମସିହା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ । ଅଧିକ ପଢନ୍ତୁ...

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Apr 20, 2021, 2:58 PM IST

କେନ୍ଦୁଝର: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଏହି ମାମଲାରେ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ । 2019 ମସିହା ନାବାଳିକା ଦୁଷ୍କର୍ମ ମାମଲାରେ କେନ୍ଦୁଝର ଏଡିଜେ କୋର୍ଟ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। କୋର୍ଟ ଅଭିଯୁକ୍ତଙ୍କୁ ପଚାଶ ହଜାର ଟଙ୍କା ଜରିମାନା ସହ ଅନାଦେୟ ଏକ ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ଏହି ମାମଲାରେ ପୀଡିତାଙ୍କୁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସୂଚନାଯୋଗ୍ୟ, 2019 ମସିହାରେ ଘଷିପୁରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଗାଁରେ ଫୁଟବଲ ମ୍ୟାଚ ଚାଲୁଥିବାବେଳେ ପୀଡିତା ତାଙ୍କ ବାପାଙ୍କୁ ସାହାଯ୍ୟ କରିବାକୁ ହୋଟେଲ ଯାଇଥିଲେ । ଏହି ସମୟରେ ସେଠାରେ ମୁଖ୍ୟ ଅଭିଯୁକ୍ତ ଓ ନାବାଳକ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କରିଥିଲେ । ଆଜି ଏହି ମାମଲାର ବିଚାର କରି ଏଡିଜେ ଲୋକନାଥ ସାହୁ ଆଇପିସି ଧାରା ୩୬୩ ,୩୭୬ ଡିବି ଧାରା ଅନୁଯାୟୀ ଦଣ୍ଡବିଧାନ କରିଥିବା ସରକାରୀ ଓକିଲ ଗଣେଶ ମହାପାତ୍ର ସୂଚନା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.