ETV Bharat / state

ରଜ ମଉଜ ପାଇଁ ପ୍ରସ୍ତୁତ କେନ୍ଦୁଝର - କେନ୍ଦୁଝର

କେନ୍ଦୁଝର ସହରରେ ରଜପର୍ବ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 13, 2019, 6:43 PM IST

କେନ୍ଦୁଝର: ସହରରେ ଗାଁର ମହକ ନଥିଲେ ମଧ୍ୟ ରଜପର୍ବ ପାଳନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । କେନ୍ଦୁଝର ସହରରେ ରଜ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ କାଳୀ ପଡିଆରେ ରଜ ମହୋତ୍ସବ ଅନୁଷ୍ଠିତ ହେଉଛି । ରଜ ଲାଗି ମଝିରେ ଆଉ ଗୋଟେ ଦିନ ବାକିଥିବାରୁ ପ୍ରସ୍ତୁତି ସବୁଠି ଜୋରସୋରରେ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ରଜ ହେଉଛି ଏକ କୃଷି ଭିତ୍ତିକ ପର୍ବ । ଏହାକୁ ୩ଦିନ ପାଳନ କରାଯାଏ । ଏହି ପର୍ବକୁ ପାଳନ କରିବା ଲାଗି ଗାଁରେ ମାସେ ଆଗରୁ କେତେ କଣ ପ୍ରସ୍ତୁତି କରାଯାଏ । ତିନିଦିନ ଯାକ ପିଠାପଣାଠୁ ଆରମ୍ଭ କରି ପୁଚିଖେଳ, ରଜ ଦୋଳି, ରଜ ପାନରେ ଗାଁ ଦାଣ୍ଡ ହସିଉଠିଥାଏ । ସହରଠୁ ଅଧିକ ଜାକଜକମରେ ଗାଁରେ ରଜକୁ ପାଳନ କରାଯାଇଥାଏ । କେନ୍ଦୁଝର ସହରରେ ମଧ୍ୟ ରଜପର୍ବକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.