କେନ୍ଦୁଝର: ସାରା ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ହେଉଛି । କେନ୍ଦୁଝର ଜିଲ୍ଲାପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ସବୁ ସ୍କୁଲ, ଅଙ୍ଗନବାଡି ଗୋଟେ ଦିନ ପାଇଁ ବନ୍ଦ ରଖା ଯାଇଛି । ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି ।
ଜିଲ୍ଲାର ୧୩ଟି ବ୍ଲକରୁ ଘଷିପୁରା, ହାଟଡ଼ିହି, ଯୋଡ଼ା ଓ ଘଟଗାଁ ବ୍ଲକରେ ସର୍ବାଧିକ ୬୫ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ସମସ୍ତ ବ୍ଲକରେ ୩୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଏହି ବର୍ଷା ଯୋଗୁଁ କେନ୍ଦୁଝର ସଦରମହକୁମାରେ ମଧ୍ୟ ବହୁ ସ୍ଥାନରେ ପାଣି ପଶିଛି । ଏପରିକି ଖୋଦ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପାଣି ଭରି ରହିଥିବା ଦେଖିବାକୁ ମିଳିଛି । ଲଘୁଚାପ ବର୍ଷା ଯୋଗୁଁ ଚାଷଜମି ବୁଡି ଫସଲ ନଷ୍ଟ ହୋଇଥିବା ଜଣା ପଡିଛି ।
କେନ୍ଦୁଝରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ