ETV Bharat / state

ମଦ ଆଡ୍ଡାରେ ଚଢାଉ: ୧୦୯ ଲିଟର ମଦ ସହ ସାଢେ ୪ କୁଇଣ୍ଟାଲ ମହୁଲ ପୋଚ ଜବତ

author img

By

Published : Jul 6, 2021, 1:42 PM IST

ବେଆଇନ ମଦ କାରଖାନା ଉପରେ ଚଢାଉ । ଚଢାଉବେଳେ ୧୦୯ଲିଟର ମଦ ସହ ସାଢେ ୪ କୁଇଣ୍ଟାଲ ମହୁଲ ପୋଚ ଜବତ ସହ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ମଦ ଆଡ୍ଡାରେ ଚଢାଉ
ମଦ ଆଡ୍ଡାରେ ଚଢାଉ

ଆନନ୍ଦପୁର: ବେଆଇନ ମଦ କାରଖାନା ଉପରେ ଚଢାଉ । ଚଢାଉ ବେଳେ ୧୦୯ଲିଟର ମଦ ସହ ସାଢେ ୪ କୁଇଣ୍ଟାଲ ମହୁଲ ପୋଚ ଜବତ ସହ ଜଣଙ୍କୁ ଗିରଫ କଲା ପୋଲିସ । ସୂଚନା ଅନୁଯାୟୀ, ଆନନ୍ଦପୁର ଅବକାରୀ ଥାନା ଇନ୍ସପେକ୍ଟର ଦେବୀପ୍ରସାଦ ମିଶ୍ରଙ୍କ ତତ୍ବାବଧାନରେ ଅବକାରୀ ଏସଆଇ ନରେନ୍ଦ୍ର କୁମାର ପ୍ରଧାନ ଏବଂ ତାଙ୍କର ଅନ୍ୟ କର୍ମଚାରୀ ବିଭିନ୍ନ ମଦ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।

ମଦ ଆଡ୍ଡାରେ ଚଢାଉ

ଚଢାଉ ବେଳେ ବାଂଖିଡି, ସାଳବଣି, ବାହିଆବାରଦଣ୍ଡା, ଚୋରଗଡ଼ିଆରେ ଥିବା ଚୁଲା ଓ ଭାଟିକୁ ଭାଙ୍ଗିବା ସହ ମଦ ପ୍ରସ୍ତୁତି ପାଇଁ ଥିବା ପ୍ରାୟ ୪ କୁଇଣ୍ଟାଲ ୩୪୦ କିଲୋଗ୍ରାମ ମହୁଲ ପୋଚ ଓ ୧୦୯ଲିଟର ମହୁଲି ମଦ ଜବତ କରି ନଷ୍ଟ କରିଛନ୍ତି । ଏହି ବେଆଇନ ଆଡ୍ଡାରେ ସଂପୃକ୍ତ ଥିବା ରାଇମଣୀ ହୋଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.