ETV Bharat / state

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନର ବିକ୍ଷୋଭ - kendujhar news

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

author img

By

Published : Jul 3, 2020, 3:51 PM IST

କେନ୍ଦୁଝର: ଜିଲ୍ଲାରେ ଶ୍ରମିକ ବିରୋଧୀ ନୀତିକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ଏଆଇଟିୟୁସି, ଏଚଏମଏସ, ଆଏନଟିୟୁସି, ଏଆଇସିଟିୟୁ ଆଦି ସଂଗଠନ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ସଂଗଠନର ଶତାଧିକ କର୍ମୀ ମାନେ ସ୍ଥାନୀୟ କାଳୀ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ସାରାଦେଶ ବର୍ତ୍ତମାନ କରୋନା ମହାମାରୀ ନେଇ ବ୍ୟତିବ୍ୟସ୍ତ । ଏଥିପାଇଁ ସାରାଦେଶରେ ୩ ମାସ ଲକଡାଉନ ପରେ ଏବେ ଅନଲକ ୨ ଘୋଷଣା କରିଛନ୍ତି । ଏହି ଅନଲକରେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମ ଆଇନରେ କିଛି ପରିବର୍ତ୍ତନ କରି ବିଭିନ୍ନ ଶ୍ରମ ଅନୁଷ୍ଠାନ ଗୁଡିକ ଖୋଲିଛନ୍ତି ।

ନୂତନ ଶ୍ରମ ଆଇନକୁ ବିରୋଧ କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଏହି ମହାମାରୀ ସମୟରେ ବହୁ ଶ୍ରମିକ କାମଧନ୍ଦା ପାଉନଥିବା ବେଳେ ଏଥିପାଇଁ ଶ୍ରମିକ ମାନେ ମୃତ୍ୟୁବରଣ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଗଠନ । ପରେ ଏହି ନୂତନ ଆଇନକୁ ସଂଶୋଧନ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.