କେନ୍ଦୁଝର: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ଘରୋଇକରଣ ଓ ମିଶ୍ରଣକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନର କେନ୍ଦୁଝର ଶାଖା । ବ୍ୟାଙ୍କଗୁଡିକ ଘରୋଇକରଣ ହେଲେ ଗ୍ରାମଞ୍ଚଳ ବ୍ୟାଙ୍କଗୁଡିକ ବନ୍ଦ ହେବା ସହ କୃଷିରୁଣ ପ୍ରଦାନ ସଂକୁଚିତ ହୋଇ ଏମଏସ୍ଏମଇ ଅନିୟମିତତା ସୃଷ୍ଟି ହେବ । ଗୃହଋଣ ପ୍ରଦାନ କମ ହେବା ସହ କର୍ପୋରେଟ ସଂସ୍ଥା ଅଧିକ ଲାଭବାନ ହେବେ ବୋଲି ଆନ୍ଦୋଳନକାରୀ ଆଶଙ୍କା କରିଛନ୍ତି ।
ଘରୋଇକରଣରେ ଗ୍ରାମାଞ୍ଚଳର ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଯୁବଗୋଷ୍ଠୀଙ୍କୁ ନୂତନ ନିଯୁକ୍ତିରେ ବ୍ୟାପକ ମାତ୍ରାରେ ହ୍ରାସ ପାଇବ ବୋଲି ଆନ୍ଦୋଳନକାରୀ ଆଶଙ୍କା କରୁଛନ୍ତି । ଏହି ସବୁ କାରଣରୁ ଆଜି ସକାଳ ରୁ ଧାରଣା ସହ ସନ୍ଧ୍ୟାରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏହି ପଦର୍ଶନ ଓ ବିକ୍ଷୋଭରେ ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀ ସାମିଲ ହୋଇଥିବାବେଳେ ଆଗାମୀ ୧୫ ଓ ୧୬ ତାରିଖରେ ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ