ETV Bharat / state

ସାତଦିନ ପରେ ବି ଶୁଣିଲେନି ଜିଲ୍ଲାପାଳ, ଗଣଧାରଣାରେ ଧନେଇ ସେବାସଂଘ - ଆନନ୍ଦପୁରର ଧନେଇ ସେବା ସଂଘ

ସାତ ଦିନ ପରେ ମଧ୍ୟ ଟୋଲ ଆଦାୟ ଓ ରାସ୍ତା ନିର୍ମାଣ ଆରମ୍ଭ ହୋଇନଥିବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଏହି ଚାରି ଦଫା ଦାବି ପ୍ରଶାସନ ନ ମାନିଲା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଧନେଇ ସେବାସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

ଚାରି ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

author img

By

Published : Oct 12, 2020, 2:47 PM IST

କେନ୍ଦୁଝର: ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା କାରଣରୁ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅସମ୍ପୂର୍ଣ୍ଣ ସଡକରେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ଟୋଲ ଭିଡ଼ିବାରେ ବ୍ୟସ୍ତ ଅଛନ୍ତି । ଏହି ଅସମ୍ପୂର୍ଣ୍ଣ ସଡ଼କକୁ ନେଇ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏନେଇ ପ୍ରାଧିକରଣ ଚିଠି ଲେଖିଥିଲେ । ଅସମ୍ପୂର୍ଣ୍ଣ କାରଣରୁ ବେଲବାହାଳିରେ ପୋଲ ମଧ୍ୟ ଜାମ ସରୁନାହିଁ । ଏପଟେ ଆନନ୍ଦପୁର ସବଡିଭିଜନକୁ କି ଚମ୍ପୁଆକୁ ରେଳପଥ ସଂଯୋଗ ହୋଇପାରିନାହିଁ । କେନ୍ଦୁଝର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ବୃହତ ଇସ୍ପାତ ପ୍ରକଳ୍ପ ମଧ୍ୟ ହେଇ ପାରିନାହିଁ । ଏନେଇ ଅଭିଯୋଗ କରିଛି ଆନନ୍ଦପୁରର ଧନେଇ ସେବା ସଂଘ ।

ଚାରି ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଏହି ଚାରି ଦଫା ଦାବି ନେଇ ଧନେଇ ଯୁବକ ସଂଘ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଶୋଭାଯାତ୍ରାରେ ବାହାରି ଦୀର୍ଘ ଶହେ କିଲୋମିଟର ଚାଲି କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଞ୍ଚ ତାରିଖରେ ପହଞ୍ଚିଥିଲେ । ଏହି ସଂଘକୁ ସମର୍ଥନ କରି ଜିଲ୍ଲାର ବହୁ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ଏହି ଚାରି ଦଫା ଦାବିପତ୍ର ପ୍ରଦାନ ପରେ ଜିଲ୍ଲାପାଳ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ସାତ ଦିନ ପରେ ମଧ୍ୟ ଟୋଲ ଆଦାୟ ଓ ରାସ୍ତା ନିର୍ମାଣ ଆରମ୍ଭ ହୋଇନଥିବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଏହି ଚାରି ଦଫା ଦାବି ପ୍ରଶାସନ ନାମାନିଲା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.