ETV Bharat / state

ଆନନ୍ଦପୁର ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା, ଧାରଣା ଦେଲେ ବୁଦ୍ଧିଜୀବୀ ଓ ସାମ୍ବାଦିକ

୫ଦଫା ଦାବି ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଲେ ଘଷିପୁରା ମା ମଙ୍ଗଳା କ୍ଲବର ବୁଦ୍ଧିଜୀବୀ ଓ ସାମ୍ବାଦିକ । ଅଧିକ ପଢନ୍ତୁ...

ଆନନ୍ଦପୁର ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା, ଧାରାଣା ଦେଲେ ବୁଦ୍ଧିଜୀବୀ ଓ ସାମ୍ବାଦିକ

author img

By

Published : Oct 29, 2021, 1:03 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ । ଯାହା ଏବେ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି। ଫଳରେ ମେଡିକାଲର ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ୫ ଦଫା ଦାବି ନେଇ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଘଷିପୁରା ମା ମଙ୍ଗଳା କ୍ଲବର ବୁଦ୍ଧିଜୀବୀ ଓ ସାମ୍ବାଦିକ ।

ଆନନ୍ଦପୁର ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା, ଧାରାଣା ଦେଲେ ବୁଦ୍ଧିଜୀବୀ ଓ ସାମ୍ବାଦିକ

ଏହି ଚିକିତ୍ସାଳୟ ଉପରେ କେନ୍ଦୁଝର ଜିଲ୍ଲା ସମେତ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ ଲୋକ ନିର୍ଭର କରିଥାନ୍ତି । ହେଲେ ହସ୍ପିଟାଲରେ ଏବେ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ୟାଧୁନିକ ଯନ୍ତ୍ରପାତି ମେଡିକାଲରେ ମହଜୁଦ ଥିଲେ ମଧ୍ୟ ସେଗୁଡିକର ସୁବିନିଯୋଗ ହେଉନାହିଁ। ଏଥି ସହ ରୋଗୀଙ୍କୁ ମେଡିକାଲର କର୍ମଚାରୀ ବ୍ୟବହାର ମଧ୍ୟ ଅତିଷ୍ଠ କଲାଣି । ବାରମ୍ବାର ଏସବୁ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ମା ମଙ୍ଗଳା କ୍ଲବର ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ସମସ୍ୟାର ସମାଧାନ ନିମନ୍ତେ ସ୍ୱର ଉଠାଇ ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.