ETV Bharat / state

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ କେନ୍ଦୁଝର ଗସ୍ତକୁ ବିରୋଧ - ଜନଜାତି ଆୟୋଗ ସଦସ୍ୟଙ୍କ କେନ୍ଦୁଝର ଗସ୍ତକୁ ବିରୋଧ

ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତକୁ ଲୋକଙ୍କ ପ୍ରବଳ ବିରୋଧ । କାଞ୍ଜିପାଣି ଠାରେ ଗାଡ଼ି ଅଟକାଇ 'ଗୋ ବ୍ୟାକ୍' ନାରା ଦେଇଥିଲେ ବିରୋଧକାରୀ । ଫଳରେ ଅଧାବାଟରୁ ଫେରି ଆସିଲେ ଅନନ୍ତ ନାଏକ । ଅଧିକ ପଢ଼ନ୍ତୁ

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ କେନ୍ଦୁଝର ଗସ୍ତକୁ ବିରୋଧ

author img

By

Published : Aug 1, 2022, 10:58 PM IST

କେନ୍ଦୁଝର: ଆଦିବାସୀଙ୍କର ସ୍ଵାର୍ଥରକ୍ଷା ଦାବିରେ ଜନଜାତି ଆୟୋଗ ସଦସ୍ୟଙ୍କୁ ବିରୋଧ । ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତକୁ ଲୋକଙ୍କ ପ୍ରବଳ ବିରୋଧ । ଫଳରେ ତେଲକୋଇ ଯାଇ ନପାରି ଅଧାବାଟରୁ ଫେରି ଆସିଲେ ଅନନ୍ତ ନାଏକ । ଏନେଇ ତାଙ୍କର କୌଣସି ପତିକ୍ରିୟା ମିଳିପାରିନାହିଁ ।

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ କେନ୍ଦୁଝର ଗସ୍ତକୁ ବିରୋଧ

ସୂଚନା ଅନୁସାରେ ତେଲକୋଇ ବ୍ଳକ ଓରିଆ ଓ ବଳଭଦ୍ରପୁର ଗସ୍ତରେ ଆସିଥିବା ବେଳେ କାଞ୍ଜିପାଣି ଠାରେ ଅନନ୍ତ ନାଏକଙ୍କ ଗାଡ଼ି ଅଟକାଇଥିଲେ ଲୋକେ । ବିଭିନ୍ନ ଯୋଜନାରେ ଆଦିବାସୀ ଉପେକ୍ଷିତ ଓ ଶୋଷିତ ହେଉଥିବା ବେଳେ, ସେ କେବଳ ଖଣି ଓ ଖଣି ଅଞ୍ଚଳ ଗସ୍ତ କରୁଥିବା ଲୋକମାନେ ଅଭିଯୋଗ କରିଥିଲେ । ମୁନା ପୂର୍ତ୍ତି ନାମକ ଜନୈକ ଯୁବକଙ୍କ ସ୍ଵାର୍ଥରକ୍ଷା ପାଇଁ କମିଶନର ସଦସ୍ୟ ଅଯଥା କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରିଥଲେ । କାଞ୍ଜିପାଣି ଠାରେ ଅନନ୍ତ ନାଏକଙ୍କ ଗାଡ଼ି ଅଟକାଇ 'ଗୋ ବ୍ୟାକ୍' ନାରା ଦେଇଥିଲେ ଲୋକେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.