କେନ୍ଦୁଝର: ଜିଲ୍ଲାର ମୁଖ୍ୟ କାରାଗାର ଭିତରେ ବିଚାରଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟଣାରେ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ବଦଳି କରାଯାଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ କଏଦୀ ଜଣକ ଜେଲରେ ଆତ୍ମହତ୍ୟା କରିଥିଲେ । ଏନେଇ ପରିବାର ଲୋକ ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।
ଡିଆଇଜି ଅମୀୟ ପଟ୍ଟନାୟକ କେନ୍ଦୁଝର ଜେଲ ଆସି ଦୁଇ ଦିନ ହେବ ତଦନ୍ତ କରିଥିଲେ । ଏହି ତଦନ୍ତ ପରେ ୱାଡର ରମେଶ କବିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରମେଶ ମହାନ୍ତ ୱାଡରଙ୍କୁ ବଡ଼ବିଲ ଓ ଗୁମାନ ଜାମଦା ୱାଡରଙ୍କୁ କରଞ୍ଜିଆ ବଦଳି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ