ETV Bharat / state

ବିଜେପି ସରକାରରେ ଓଡିଶାର ବିକାଶ ହେବ: ଅରୁଣ ସିଂହ

ଖରା ତାତିଠୁ ବଢିଲାଣି ରାଜନୀତିର ତାତି । ପ୍ରଚାର ସାଙ୍ଗକୁ ବିରୋଧୀଙ୍କୁ କିପରି ଟକ୍କର ଦେବେ ସେନେଇ ଚାଲିଛି ରଣନୀତି । ଏହି ପ୍ରଚାର ପର୍ବରେ ସବୁଠୁ ଆଗରେ ରହିଛି ବିଜେପି । ନିର୍ବାଚନୀ ତାରିଖ ଘୋଷଣା ହେବା ପରଠୁ ଓଡିଶାକୁ ଲାଗିଛି ବିଜେପି ନେତାମନ୍ତ୍ରୀଙ୍କ ଘନଘନ ଗସ୍ତ ।

author img

By

Published : Apr 13, 2019, 4:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

କେନ୍ଦୁଝର: ଖରା ତାତିଠୁ ବଢିଲାଣି ରାଜନୀତିର ତାତି । ପ୍ରଚାର ସାଙ୍ଗକୁ ବିରୋଧୀଙ୍କୁ କିପରି ଟକ୍କର ଦେବେ ସେନେଇ ଚାଲିଛି ରଣନୀତି । ଏହି ପ୍ରଚାର ପର୍ବରେ ସବୁଠୁ ଆଗରେ ରହିଛି ବିଜେପି । ନିର୍ବାଚନୀ ତାରିଖ ଘୋଷଣା ହେବା ପରଠୁ ଓଡିଶାକୁ ଲାଗିଛି ବିଜେପି ନେତାମନ୍ତ୍ରୀଙ୍କ ଘନଘନ ଗସ୍ତ ।

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଶାଳ ସାମବେଶକୁ ସମ୍ବୋଧନ କରିଛନ୍ତି । ଏହାସହ ଶନିବାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଦିନିକିଆ ଗସ୍ତରେ କେନ୍ଦୁଝରରେ ପହଞ୍ଚିଛନ୍ତି । ପ୍ରଥମେ ସେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ମୋଦି ସରକାର ଓ କେନ୍ଦ୍ରରେ ମୋଦି ସରକାର ଆସିବ ବୋଲି ସେ ଦୃଢ଼ୋକ୍ତି ବାଢିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ରାଜ୍ୟରେ ସରକାର ହେଲେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ହେବା ସହ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରକାଶ କରିଥିଲେ । ଏହା ସାଙ୍ଗକୁ ବୃଦ୍ଧଙ୍କୁ ପେନସନ ଦୁଇ ଗୁଣା, ସବୁ ଆଦିବାସୀଙ୍କୁ ପଟା ଓ ଜଙ୍ଗଲଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହାସହ ସବୁ ଦ୍ବାଦଶ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ସ୍କୁଟି ଦେବେ ବୋଲି କହିଛନ୍ତି । ଆଗାମୀ ଦିନରେ ସରକାର ଆସିଲେ ଓଡ଼ିଶାର ବିକାଶ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.