ETV Bharat / state

ଅଧାରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ - KEONJHAR NEWS

ଖଟିଆରେ ବୁହା ହେଲେ ଗର୍ଭବତୀ । ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିର ଦୃଶ୍ୟ । ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ପରିବାର ଲୋକ ।

ଖଟିଆରେ ବୁହା ହେଲେ ଗର୍ଭବତୀ
author img

By

Published : Oct 10, 2019, 8:24 PM IST

କେନ୍ଦୁଝର : କୌଣସି ପଛୁଆ ଜିଲ୍ଲାର ନୁହେଁ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଲହଣ୍ଡା ମୁଣ୍ଡାସାହିର ଦୃଶ୍ୟ । ଯେଉଁ ଉପଖଣ୍ଡର ରାଜସ୍ଵରେ ସାରା ରାଜ୍ୟର ରାଜକୋଷ ଭରପୁର ସେହି ଅଞ୍ଚଳର ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ ।

ଖଟିଆରେ ବୁହା ହେଲେ ଗର୍ଭବତୀ

ଏହି ଗ୍ରାମର ଶୁକୁଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ ମୁଣ୍ଡା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଆସିପାରିଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଅଧାରେ ଅଟକିଲା ଆମ୍ବୁଲାନ୍ସ । ଶୁକୁଲାଲଙ୍କ ଘରୁ ପତ୍ନୀ ଚେମଙ୍କୁ ଖଟିଆରେ ପ୍ରାୟ 1 କିଲୋମିଟର ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିଲା ।

ଚମ୍ପୁଆ ଭପଖଣ୍ଡର ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡl ମୁଣ୍ଡା ସାହି ଗ୍ରାମ ନିକଟରେ ଅନେକ ନାମିଦାମୀ କମ୍ପାନୀର ଖଣି କାରଖାନା ଗଢି ଉଠିଛି । ଏମାନେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି । ହେଲେ ଏଠି କିନ୍ତୁ ଚିତ୍ର ଅଲଗା ।

ଗାଁ ମୁଣ୍ଡକୁ ଖଣି କମ୍ପାନୀର ରେଳଗାଡ଼ି ମାଲ ପରିବହନ ପାଇଁ ଯାଇ ପାରୁଥିବା ବେଳେ ଗାଁକୁ କିନ୍ତୁ ଯାଇ ପାରୁନି ଆମ୍ବୁଲାନ୍ସ । ଏଭଳି ଘଟଣା ରାଜ୍ୟ ସରକାରଙ୍କ ସଫଳତା ଓ ସ୍ଥାନୀୟ ପ୍ରଶାସନର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

Intro: ଯାଇ ପାରିଲାନି ଆମ୍ବୁଲାନ୍ସ : ଖଟିଆ ରେ ବୁହା ହେଲେ ଗର୍ଭବତୀ |Body:ଆଙ୍କର-ଏହା କୌଣସି ପଛୁଆ ଜିଲ୍ଲାର ଚିତ୍ର ନୁହଁ । ରତ୍ନଗର୍ଭା ଚମ୍ପୁଆ ଉପଖଣ୍ଡ ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିର ଦୃଶ୍ୟ । ଦୃଶ୍ୟଟି ଯେତିକି ଅବିଶ୍ଵାଶନୀୟ ସେତିକି ଅକଳ୍ପ ନିୟ ମଧ୍ୟ ଯେଉଁ ଉପଖଣ୍ଡର ରାଜସ୍ଵରେ ସାରା ରାଜ୍ୟର ରାଜକୋଷ ଭରପୁର ସେହି ଅଞ୍ଚଳର ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଚମ୍ପୁଆ ଭପଖଣ୍ଡର ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡl ମୁଣ୍ଡା ସାହି ଗ୍ରାମ ନିକଟରେ ଅନେକ ନାମି ଦାମୀ କମ୍ପାନୀର ଖଣି କାରଖାନା ଗଢି ଉଠିଛି । ଏମାନେ ପାରି ପାର୍ଶ୍ୱୀକ ଉନ୍ନୟନ ପାଣ୍ଠି ରେ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଥିବା ବେଳେ ଏଠି କିନ୍ତୁ ଚିତ୍ର ଅଲଗା ଲହଣ୍ଡା ମୁଣ୍ଡା ସାହିକୁ ଆମ୍ବୁଲାନ୍ସ ଯାଇ ନପାରି ଗାଁ ମୁଣ୍ଡରେ ଅଟକି ରହିଥିବା ବେଳେ ଦୀର୍ଘ ୧ କି.ମି ଦୂରରୁ ଖଟିଆ ରେ ବୁହା ହୋଇ ଗର୍ଭବତୀ କୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡିଥିଲା । ଗାଁ ମୁଣ୍ଡକୁ ଖଣି କମ୍ପାନୀର ରେଳଗାଡ଼ି ମାଲ ପରିବହନ ପାଇଁ ଯାଇ ପାରୁଥିବା ବେଳେ ଗାଁକୁ କିନ୍ତୁ ଯାଇ ପାରୁନି ଆମ୍ବୁଲାନ୍ସ । ଏହି ଗ୍ରାମର ଶୁକୁଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ ମୁଣ୍ଡା କୁ ଖଟିଆରେ ବୁହା ହୋଇ ଗ୍ରାମରୁ ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଙ୍କ ସଫଳତା ଓ ସ୍ଥାନୀୟ ପ୍ରଶାସନ ର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.