ETV Bharat / state

ଏସଆଇଙ୍କ ବଦଳି ଅଟକାଇବାକୁ ଏସଡିପିଓଙ୍କୁ ଘେରିଲେ ଲୋକେ

ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କ ସ୍ଥାନୀୟ ଥାନାରୁ ବଦଳିକୁ ବିରୋଧ କରି ଆନନ୍ଦପୁର ଏସଡିପିଓଙ୍କୁ ଘେରିଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ।

author img

By

Published : Feb 26, 2020, 7:37 PM IST

police officer tranfer aginst anandpur people
ପୋଲିସ ଅଫିସରଙ୍କ ବଦଳି ଆଶଙ୍କା ନେଇ ଏସଡିପିଓଙ୍କୁ ଘେରିଲେ ଲୋକେ

କେନ୍ଦୁଝର: ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ଜନସାଧାରଣ ଆନ୍ଦୋଳନ କରୁଥିବା ଆପଣ ଦେଖିଥିବେ । କିନ୍ତୁ ଏଠାରେ ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା । ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କ ସ୍ଥାନୀୟ ଥାନାରୁ ବଦଳିକୁ ବିରୋଧ କରି ଆନନ୍ଦପୁର ଏସଡିପିଓଙ୍କୁ ଘେରିଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ।

ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାର ସବଇନସ୍ପେକ୍ଟର ବିଶ୍ବଜିତ ବେହେରା । ଯିଏ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥିସହ ଦୋଷୀକୁ ଉଚିତ ଶିକ୍ଷା ଦେଉଥିବା ସବଇନସ୍ପେକ୍ଟରଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ ବ୍ୟବସାୟୀ, ବାଲି ମାଫିଆ, ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି ବୋଲି ଲୋକେ କହିଛନ୍ତି।

ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆସିବା ପରଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗାଁରେ ଝିଅ ଓ ବୋହୁମାନେ ନିର୍ଭୟରେ ଚଳପ୍ରଚଳ କରି ପାରୁଛନ୍ତି। ସେହିପରି ଗରିବ ଦୁଃଖୀଙ୍କ ପାଇଁ ମଧ୍ୟ ସେ ନିଃସ୍ବାର୍ଥରେ କାମ କରୁଛନ୍ତି। ହେଲେ କେତେକ ମାଫିଆ ବିଶ୍ବଜିତ ବେହେରାଙ୍କୁ ରାମଚନ୍ଦ୍ରପୁର ଥାନାରୁ ବଦଳି କରିବା ଉଦ୍ଦେଶ୍ୟରେ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇ ତାଙ୍କୁ ଏଠାରୁ ବଦଳି କରିବାକୁ ଚାହୁଁଛନ୍ତି । ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟ ବାସିନ୍ଦା।

ଫଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ବୁଧବାର ଆନନ୍ଦପୁର ଏସଡିପିଓଙ୍କୁ ଭେଟିଥିଲେ । ତେବେ ଏସଡିପିଓ ଲୋକଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଜଣାଇବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.