ETV Bharat / state

ହାଇୱା ପଛରେ ପିଟି ହେଲା ବାଇକ, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ - ହାଇଓ୍ବା ପଛରେ ପିଟି ହେଲା ବାଇକ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ହାଇୱା ପଛରେ ବାଇକ ପିଟି ହେବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ହାଇଓ୍ବା ପଛରେ ପିଟି ହେଲା ବାଇକ
ହାଇଓ୍ବା ପଛରେ ପିଟି ହେଲା ବାଇକ
author img

By

Published : Dec 15, 2022, 12:58 PM IST

ହାଇଓ୍ବା ପଛରେ ପିଟି ହେଲା ବାଇକ

କେନ୍ଦୁଝର: କାମ ସାରି ଘରକୁ ଫେରୁଥିଲେ । ଆଉ ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର । ହେଲେ କିଏ ଜାଣିଥିଲା ଅଧବାଟରେ ଜଗି ବସିଛି ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ହାଇୱା ପଛରେ ବାଇକ ପିଟି ହେବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଢେଙ୍କିକୋଟ ଗୋଦାବରୀ ଢାବା ନିକଟ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱା ପଛରୁ ବାଇକ ପିଟି ହୋଇଥିଲା । ଏତେ ଜୋରରେ ପିଟି ହୋଇଥିଲା କି ବାଇକଟି ଗୁଣ୍ଡ ହୋଇଯାଇଛି । ଫଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପାଟଣା ଥାନା ଭାଲିଆଡାଳ ଗ୍ରାମର ଅନିଲ କୁମାର ଦାସ ବୋଲି ଜଣାପଡିଛି । ସେ ଘଟଗାଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ହାଇୱାକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପରେ ପରିବାର ମୃତଦେହ ହସ୍ତାନ୍ତର କରାଯାଇଛି । ଅଘଟଣରେ ଶୋକରେ ବୁଡିଛି ପରିବାର ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.