କେନ୍ଦୁଝର: ଅମାନିଆଙ୍କୁ ସାବାଡ୍ କଲା ପୋଲିସ । କୋଭିଡ-19 ଆଇନ ଉଲ୍ଲଙ୍ଘନ କରି ମାସ୍କ ପିନ୍ଧୁ ନଥିବା ଗାଡି ଚାଳକ ଓ ଦୋକାନୀମାନଙ୍କ ଠାରୁ 5 ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର କେଶଦୁରାପାଳ ଅଞ୍ଚଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ବେଳେ ସ୍ଥାନୀୟ ଲୋକେ କୋଭିଡ-19 ଆଇନର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଫଳରେ ଆଜି କେଶଦୁରାପାଳ ବଜାର, ନାରଙ୍ଗପୁର ଛକ ଓ ଦେଓଗାଁ ଛକ ପରି ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ମାସ୍କ ପିନ୍ଧି ନଥିବା ଗାଡି ଚାଳକ ଓ ଦୋକାନୀମାନଙ୍କ ଠାରୁ 5 ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଛି । ଆଗକୁ ମାସ୍କ ଚେକିଂ ଅଧିକ କଡାକଡି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ