କେନ୍ଦୁଝର: କଣ୍ଟେନମେଣ୍ଟ ଜୋନରେ ପ୍ରଶାସନର ଅବ୍ୟବସ୍ଥାକୁ ନେଇ ତାତିଲେ ଲୋକେ । ରାଜରାସ୍ତାକୁ କଲେ ଅବରୋଧ । ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟାଯାଇଛି । ସୂଚନା ଅନୁସାରେ, ଗତ ୨୬ ତାରିଖ କେନ୍ଦୁଝରଗଡ଼ ପୌର ପରିଷଦର ୫ ନମ୍ବର ୱାର୍ଡ଼ ଢିପାଶାହିରେ ଜଣେ ଡ୍ରାଇଭର କୋରୋନା ପଜେଟିଭ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରି ୧୪୪ ଧାରା ଲାଗୁ କରାଯାଇଥିଲା ।
୭୨ ଘଣ୍ଟା ବିତି ଯିବା ପରେ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ତରଫରୁ କୈଣସି ପ୍ରକାର ବ୍ୟବସ୍ଥା କରାଯାଇନ ଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏପରିକି ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁ ନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ରାଜରାସ୍ତାକୁ ୪୯କୁ ଅବରୋଧ କରିଥିଲେ । ତେବେ କେନ୍ଦୁଝର ଜିଲ୍ଲାରେ 30 କୋରୋନା ପଜେଟିଭ 30ରେ ଛୁଇଁଲାଣୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ