ETV Bharat / state

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ଗୋଦାମ ଘରେ ତାଲା ପକାଇଲେ ପଞ୍ଚାୟତବାସୀ - ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା

ଲକଡାଉନ ସମୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିବା ନେଇ କେନ୍ଦ୍ର ସମେତ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତୁ । କିନ୍ତୁ ପ୍ରକୃତ ସତ୍ୟତା କଣ ଜାଣନ୍ତୁ । ଅଧିକ ପଢନ୍ତୁ...

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା
ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା
author img

By

Published : Jun 25, 2021, 7:27 PM IST

ଆନନ୍ଦପୁର: ଗୋଦାମ ଘରେ ତାଲା ପକାଇଲେ ପଞ୍ଚାୟତବାସୀ । ପିଡିଏସ ଚାଉଳ ବଣ୍ଟନକୁ ନେଇ ଗୋଦାମ ଘର ତାଲା ପକାଇଲେ ପଞ୍ଚାୟତବାସୀ । ଲକଡାଉନ ସମୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିବା ନେଇ କେନ୍ଦ୍ର ସମେତ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତୁ । କିନ୍ତୁ ପ୍ରକୃତ ସତ୍ୟତା କଣ ଜାଣନ୍ତୁ ।

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତରେ ବର୍ଷେ ହେବ ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଦେଖାଦେଇଛି । ବାରମ୍ବାର ପଞ୍ଚାୟତବାସୀ ଏନେଇ ସରପଞ୍ଚକୁ ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏପଟେ ଶୁକ୍ରବାର ପଞ୍ଚାୟତ ଅଫିସରେ ପିଡିଏସ ଚାଉଳ ବଣ୍ଟନ ହେଉଥିବା ଜାଣି ପଞ୍ଚାୟତବାସୀ ସେଠାରେ ପହଞ୍ଚି ଗୋଟିଏ ମାସର ବାକି ରହିଥିବା ପିଡିଏସ ଚାଉଳ ଦେବା ପାଇଁ କହିଥିଲେ । ପିଡିଏସ ଚାଉଳ ବିକ୍ରେତା ଲୋକମାନଙ୍କୁ ନଦେବାରୁ ପଞ୍ଚାୟତବାସୀ ହୋ ହାଲା କରିବା ସହ ପଞ୍ଚାୟତର ଗୋଦାମ ଘର ତାଲା ପକାଇଥିଲେ l

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.