ETV Bharat / state

ବଡ଼ବିଲ ହାଓଡ଼ା ଟ୍ରେନକୁ ପଥର ମାଡ଼, ଭୟଭୀତ ଯାତ୍ରୀ - ବଡ଼ବିଲ ହାଓଡ଼ା ଟ୍ରେନ ଉପରକୁ ପଥର ମାଡ଼

କେନ୍ଦୁଝର ଜିଲ୍ଲା ବଡବିଲ ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଉପରକୁ କ୍ରମାଗତ କିଛି ଦିନ ହେବ ଦୁର୍ବୃତ୍ତମାନେ ପଥର ମାଡ଼ ମାରୁଛନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଡ଼ବିଲ ହାଓଡ଼ା ଟ୍ରେନ ଉପରକୁ ପଥର ମାଡ଼, ଭୟଭୀତ ଯାତ୍ରୀ

author img

By

Published : Mar 16, 2020, 8:32 PM IST

Updated : Mar 16, 2020, 8:47 PM IST

କେନ୍ଦୁଝର: ଜିଲ୍ଲାର ବଡବିଲ ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଉପରକୁ କ୍ରମାଗତ କିଛି ଦିନ ହେବ ଅଜଣା ବ୍ୟକ୍ତିଙ୍କ ଦ୍ଵାରା ପଥର ମାଡ଼ ହେଉଛି । କିଏ ମାରୁଛି ଓ କାହିଁକି ମାରୁଛି ଜଣାପଡି ନଥିବା ବେଳେ ଯାତ୍ରୀମାନେ ନିଜକୁ ଯାତ୍ରା ସମୟରେ ଅସୁରକ୍ଷିତ ମନେକରି ଭୟଭୀତ ହୋଇପଡିଛନ୍ତି ।

ବଡ଼ବିଲ ହାଓଡ଼ା ଟ୍ରେନ ଉପରକୁ ପଥର ମାଡ଼, ଭୟଭୀତ ଯାତ୍ରୀ

ଡାଙ୍ଗୁଆପଶି ଡିଭିଜନ ଦାଙ୍ଗୁଆପଶିରୁ ପଡ଼ାପହାର ମଧ୍ୟରେ ଏହି ପଥର ମାଡ଼ ହେଉଥିବା ଜଣାପଡିଛି । ଏହି ପଥର ମାଡ଼ ଯୋଗୁ ଟ୍ରେନର ସି ୧, ସି ୨, ସି ୩, ଡି ୧୨, ଡି ୮ ଓ ଡି ୧୦ କ୍ଷତିଗ୍ରସ୍ତ ହୋଇଥିବାବେଳେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି । ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହାକୁ ନେଇ ବଡବିଲ ପୋଲିସକୁ ରେଲୱେ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 16, 2020, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.