ETV Bharat / state

ନିଖୋଜ ଝିଅକୁ ଫେରାଇ ଆଣିବାକୁ ପାଇଁ ଏସପିଙ୍କ ଦ୍ବାରସ୍ଥ ପରିବାର - Parents met SP

2019 ମସିହାରୁ ରାମଚନ୍ଦ୍ରପୁର ଥାନା ନରଦା ଗ୍ରାମର କଲ୍ୟାଣୀ ପଲାଇ ଓ ଚିନ୍ତାମଣି ପଲେଇଙ୍କ ଝିଅ ରଶ୍ମିତା ନିଖୋଜ ଥିବା ବେଳେ ଆଜି ଯାଏଁ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ଅଧିକ ପଢନ୍ତୁ...

ନିଖୋଜ ଝିଅର ପତ୍ତା ପାଇବାକୁ ଏସପିଙ୍କ ନିକଟରେ ଫେରାଦ ହେଲେ ବାପାମା'

author img

By

Published : Oct 19, 2020, 4:50 PM IST

ଆନନ୍ଦପୁର: ଦୀର୍ଘ ଦେଢ ବର୍ଷ ଧରି ନିଖୋଜ ଥିବା ଝିଅକୁ ଖୋଜୁଛି ମାଆ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଏନେଇ ବାରମ୍ବାର ଅଭିଯୋଗ କରିଥିଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ରାମଚନ୍ଦ୍ରପୁର ଥାନା ଠାରୁ କେନ୍ଦୁଝର ଏସପି ଓ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ କେହି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ଆଜି ଗ୍ରାମବାସୀଙ୍କ ସମେତ ପରିବାର ଲୋକେ ଆସି ଏସପିଙ୍କୁ ସାକ୍ଷାତ କରିବା ସହ ତଦନ୍ତ ଦାବି କରିଛନ୍ତି ।

ନିଖୋଜ ଝିଅର ପତ୍ତା ପାଇବାକୁ ଏସପିଙ୍କ ନିକଟରେ ଫେରାଦ ହେଲେ ବାପାମା'

2019 ମସିହାରୁ ରାମଚନ୍ଦ୍ରପୁର ଥାନା ନରଦା ଗ୍ରାମର କଲ୍ୟାଣୀ ପଲାଇ ଓ ଚିନ୍ତାମଣି ପଲେଇଙ୍କ ଝିଅ ରଶ୍ମିତା ନିଖୋଜ ଅଛନ୍ତି । ଏନେଇ ପରିବାର ଥାନେରେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଝିଅ ଜୀବିତ ଅଛି କି ମୃତ ବାପାମାଆ ଜାଣିବାକୁ ବ୍ୟାକୁଳ ହେଉଥିଲେ ମଧ୍ୟ ଠିକଣା ପାଇପାରୁନାହାନ୍ତି । ତେଣୁ ତୁରନ୍ତ ଝିଅକୁ ଖୋଜି ବାହାର କରିବାକୁ ଏସପିଙ୍କ କାର୍ଯ୍ୟାଳୟରେ ପରିବାର ଓ ଗ୍ରାମବାସୀ ପହଞ୍ଚି ଏକ ଦାବି ପତ୍ର ଦେଇଥିଲେ । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିବାର ଲୋକେ ଧାରଣାରେ ବସିଲେ ବୋଲି ଚେତାବନୀ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.