ETV Bharat / state

ସୁନାବେଶରେ ଦର୍ଶନ ଦେଲେ ମା', ତାରିଣୀ ପୀଠରେ କଟକଣା ସହ ପଣା ସଂକ୍ରାନ୍ତି

author img

By

Published : Apr 14, 2021, 8:55 AM IST

Updated : Apr 14, 2021, 9:27 AM IST

ଆଜି ମଧ୍ୟ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀଙ୍କ ପଣା ସଂକ୍ରାନ୍ତି । ଏହି ସଂକ୍ରାନ୍ତି ପର୍ବ ଉପଲକ୍ଷେ ମା'ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସୁନାବେଶରେ ଦର୍ଶନ ଦେଲେ ମା', କଟକଣାରେ ତାରିଣୀଙ୍କ ପଣା ସଂକ୍ରାନ୍ତି ପାଳନ

କେନ୍ଦୁଝର: ଆଜି ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆଙ୍କ ନବ ବର୍ଷ ରୂପେ ପାଳନ ହୋଇଥାଏ । ଆଜି ମଧ୍ୟ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀଙ୍କ ପଣା ସଂକ୍ରାନ୍ତି । ଏହି ସଂକ୍ରାନ୍ତି ପର୍ବ ଉପଲକ୍ଷେ ମା'ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ।

ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଚଇତି ପର୍ବର ଆଜି ଷଷ୍ଠ ଦିନ । ସରକାରୀ କୋବିଡ଼ କଟକଣା ପାଇଁ ଆଜି ମାଙ୍କ ମନ୍ଦିରରେ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଆଜି ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଏହି କଟକଣା ଜାରି କରାଯାଇଛି ।

ସୁନାବେଶରେ ଦର୍ଶନ ଦେଲେ ମା', ତାରିଣୀ ପୀଠରେ କଟକଣା ସହ ପଣା ସଂକ୍ରାନ୍ତି

ଆଜି ମା' ଙ୍କ ଦର୍ଶନ ପାଈଁ ଡିଜିଟାଲ ମାଧ୍ୟମର ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ଫେସବୁକ, ୟୁଟ୍ୟୁବ, ଏଲିଇଡ଼ି ସ୍କ୍ରିନ ର ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପଣା ସଂକ୍ରାନ୍ତି ଉପଲକ୍ଷେ ମା'ଙ୍କ ପ୍ରତ୍ୟକ୍ଷ ଦର୍ଶନ ନପାଇ ନିରାଶ ହୋଇଥିବା ଜଣାପଡିଛି । ଆସନ୍ତାକାଲି ମା' ଙ୍କ ସାଧାରଣ ଦର୍ଶନ ଖୋଲା ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Apr 14, 2021, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.