ETV Bharat / state

ଜନତା କର୍ଫ୍ୟୁରେ ସାମିଲ ହେବାପାଇଁ ପଦ୍ମଶ୍ରୀ ଦୈତାରୀଙ୍କ ଆହ୍ୱାନ - ମହାମାରୀ କୋରୋନା ଭାଇରସ

ମହାମାରୀ କୋରୋନାକୁ ନେଇ ପଦ୍ମଶ୍ରୀ ଦୈତାରୀ ଜନସାଧାରଣଙ୍କୁ ଆହ୍ୱାନ ଜନତା କର୍ଫ୍ୟୁରେ ସାମିଲ ପାଇଁ ଆହ୍ବାନ କରିଛନ୍ତି । 22 ତାରିଖ ରବିବାର ସକାଳ ୭ ଟା ରୁ ରାତି ୯ ପର୍ଯ୍ୟନ୍ତ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

padmasri-daitari-nayak-call-to-join-janata-curfew-over-coronavirus
ଜନତା କର୍ଫୁରେ ସାମିଲ ହେବାପାଇଁ ଦୈତାରୀଙ୍କ ଆହ୍ୱାନ
author img

By

Published : Mar 20, 2020, 7:59 PM IST

କେନ୍ଦୁଝର: ଜନତା କର୍ଫ୍ୟୁରେ ସାମିଲ ହେବାକୁ ପଦ୍ମଶ୍ରୀ ଦୈତାରୀଙ୍କ ଆହ୍ୱାନ । ସାରା ବିଶ୍ଵ ସହ ଭାରତରେ କୋରୋନା ଭୁତାଣୁ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ପ୍ରତିହିତ କରିବା ପାଇଁ ସରକାର ପୂର୍ଣ୍ଣ ପ୍ରଚେଷ୍ଟା ଚଳାଇଛନ୍ତି ।

ଜନତା କର୍ଫୁରେ ସାମିଲ ହେବାପାଇଁ ଦୈତାରୀଙ୍କ ଆହ୍ୱାନ

ମହାମାରୀ କୋରୋନା ସାରା ବିଶ୍ବରେ ଆତଙ୍କିତ କରିଛି । କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । 22 ତାରିଖ ରବିବାର ସକାଳ ୭ ଟା ରୁ ରାତି ୯ ପର୍ଯ୍ୟନ୍ତ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି । ଏହାକୁ ସମର୍ଥନ କରି ଲୋକଙ୍କୁ ଏଥିରେ ସାମିଲ ହେବା ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକ ମଧ୍ୟ ଅପିଲ କରିଛନ୍ତି । ଏହା ସହ ଥଣ୍ଡା କାଶ ରୋଗୀଙ୍କ ଛଡା ଅନ୍ୟମାନେ ମାସ୍କ ନପିନ୍ଧିବାକୁ ଆହ୍ୱାନ ଦେଇଛନ୍ତି । ସଚେତନତା ଓ ସତର୍କତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିବ ବୋଲି କହିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.