ETV Bharat / state

ତଳବୈତରଣୀ ଗାଁରୁ ରାଷ୍ଟ୍ରପତି ଭବନ, ୱାଟରମ୍ୟାନଙ୍କ ପାଇଁ ଗର୍ବିତ କେନ୍ଦୁଝର

ପଦ୍ମଶ୍ରୀ ସମ୍ମାନ ଗ୍ରହଣ ପରେ ଭାବବିହ୍ବଳ ହୋଇ ପଡିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
author img

By

Published : Mar 20, 2019, 9:06 PM IST

Updated : Mar 21, 2019, 12:01 AM IST

କେନ୍ଦୁଝର: 'ଗଙ୍ଗାମାତା ଆର୍ଶୀବାଦ ଦେଲେ । ତେଣୁ ମୁଁ ମୋ ଗାଁ ଲୋକଙ୍କ ସହଯୋଗରେ ପାହାଡ଼ ଖୋଳି ଗାଁକୁ ପାଣି ଆଣି ପାରିଲି । ଗାଁକୁ ଶସ୍ୟଶ୍ୟାମଳା କରିପାରିଲି । ଏହି ପ୍ରୟାସ ପାଇଁ ଦିନେ ରାଷ୍ଟ୍ରପତି ଭବନ ଦେଖିବି ବୋଲି ଆଶା କରିନଥିଲି' । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଏପରି କିଛି କହି ଭାବବିହ୍ବଳ ହୋଇପଡିଛନ୍ତି ୱାଟର ମ୍ୟାନ ଭାବେ ପରିଚିତ କେନ୍ଦୁଝରର ଦୈତାରୀ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଇଚ୍ଛା ଶକ୍ତି ଥିଲେ ସବୁ କିଛି ହାରମାନେ । ଅସମ୍ଭବ ବି ସମ୍ଭବ ହୋଇଯାଏ । ଯାହା ପ୍ରମାଣ କରାଇ ଦେଖାଇଥିଲେ କେନ୍ଦୁଝରର ୱାଟର ମ୍ୟାନ ଦୈତାରୀ ନାଏକ । ସେ ପାହାଡ କାଟି ଗାଁକୁ ଆଣିଥିଲେ ପାଣି । ଯାହା ତାଙ୍କୁ ୱାଟର ମ୍ୟାନର ପରିଚୟ ଦେଇଛି । ତାଙ୍କର ଏହି ପ୍ରୟାସ ଯୋଗୁଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । । ସେ କେବେ ନିଜକୁ ଏହି ସ୍ଥିତିରେ ଦେଖିବେ ବୋଲି ଆଶା କରି ନ ଥିଲେ ବୋଲି କହିଛନ୍ତି ଦୈତାରୀ । କେନ୍ଦୁଝରିଆ ଭାବେ ଏହି ସମ୍ମାନ ପାଇଥିବାରୁ ଗର୍ବ ଅନୁଭବ କରୁଥିବା ମଧ୍ୟ କହିଛନ୍ତି ।

ଦୈତାରୀ ନାଏକ ପଦ୍ମଶ୍ରୀ ପାଇବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୈତାରୀ ନାଏକଙ୍କୁ ଏହି ସମ୍ମାନ ଆଗାମୀ ଦିନରେ ଗ୍ରାମ ଗୁଡିକରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମନୋଭାଵକୁ ବୃଦ୍ଧି କରିବା ସହ କୃଷି ଭିତ୍ତିକ କାର୍ଯ୍ୟ ପାଇଁ ପ୍ରେରଣା ଦେବ ବୋଲି କହିଛନ୍ତି ବରିଷ୍ଠ ନାଗରିକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
Last Updated : Mar 21, 2019, 12:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.