ETV Bharat / state

Zilla Parishad: କଂଗ୍ରେସରୁ ପଦ୍ମଶ୍ରୀ ଦୈତାରୀଙ୍କ ବୋହୂଙ୍କ ନାମାଙ୍କନ ପତ୍ର ଦାଖଲ - ନିର୍ବାଚନକୁ ନେଇ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପ୍ରତିକ୍ରିୟା

ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଦ୍ମଶ୍ରୀ ଦୈତାରୀଙ୍କ ବୋହୂ ରଙ୍ଗବତୀ ନାଏକ । ଅଧିକ ପଢନ୍ତୁ

Zilla Parishad: କଂଗ୍ରେସରୁ ପଦ୍ମଶ୍ରୀ ଦୈତାରୀଙ୍କ ବୋହୂଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 21, 2022, 8:38 PM IST

କେନ୍ଦୁଝର: ତ୍ରିସ୍ତରୀୟ ନିର୍ଵାଚନର ବିଗୁଲ ବାଜି ସାରିଛି । ରାଜ୍ୟର ସମସ୍ତ ପ୍ରମୁଖ ଦଳ ସହ ବହୁ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଜିଲ୍ଲା ପରିଷଦ ଆସନ ପାଇଁ ପଦ୍ମଶ୍ରୀ ଦୈତାରୀଙ୍କ ବୋହୂ ରଙ୍ଗବତୀ ନାଏକ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ।

Zilla Parishad: କଂଗ୍ରେସରୁ ପଦ୍ମଶ୍ରୀ ଦୈତାରୀଙ୍କ ବୋହୂଙ୍କ ନାମାଙ୍କନ ପତ୍ର ଦାଖଲ

ଜିଲ୍ଲାର ବିଜେଡି଼ ଓ ବିଜେପି ସମସ୍ତ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେଇ ପାରିନଥିବା ବେଳେ ୨୫ ନଂ ଜୋନରୁ ଜଣେ ମହିଳା ଆଦିବାସୀଙ୍କୁ ପ୍ରାର୍ଥୀ କରିଛି । ଏହି ମହିଳା ଆଦିବାସୀ ହେଉଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ବଡ଼ ବୋହୂ ରଙ୍ଗବତୀ ନାଏକ । ପଦ୍ମଶ୍ରୀ ଦୈତାରୀ ମଧ୍ୟ ତାଙ୍କ ବୋହୂଙ୍କ ପାଇଁ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହା ବି ପଢନ୍ତୁ: Panchayat Polls: ମୈଦାନରେ BJD-BJPରୁ ଲଢୁଛନ୍ତି ଦୁଇ ଭାଇ

କଂଗ୍ରେସ ସବୁଠୁ ପୁରୁଣା ଦଳ ଓ ଏହା ଗରିବ ଆଦିବାସୀଙ୍କ ଦୁଃଖ ବୁଝୁଥିବା ଯୋଗୁଁ ବୋହୂ ପାଇଁ ପ୍ରଚାର କରିବେ ବୋଲି ପଦ୍ମଶ୍ରୀ ଦୈତାରୀ ପ୍ରକାଶ କରିଛନ୍ତି । ତେବେ ତାଙ୍କ ବୋହୂ ମଧ୍ୟ ଲୋକଙ୍କ ପାଇଁ ଭଲ କାମ କରିବ ବୋଲି ସେ ଆଶା ରଖିଥିବା କହିଛନ୍ତି । ସେପଟେ ରଙ୍ଗବତୀ ଆଦିବାସୀଙ୍କ ଭୋଟ୍‌ ଉପରେ ଆଶା ରଖିଛନ୍ତି ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.