ETV Bharat / state

‘ପଦ୍ମଶ୍ରୀ’ଙ୍କ ଦୁଃଖ ଶୁଣିଲେ ସରକାର, ଦେଲେ 3 ମାସର ପେନସନ - ଦୈତାରୀ ନାୟକଙ୍କୁ ମିଳିଲା ଟଙ୍କା

ବହୁ ବିଚାର ବିମର୍ଶ, ଖବର ଅଭିଯୋଗ ପରେ ଓଡିଶାର ଗର୍ବ ପଦ୍ମଶ୍ରୀ ଉପାଧିରେ ଭୁଷିତ ଦୈତାରୀ ନାୟକଙ୍କ ଦୁଃଖ ବୁଝିଲେ ସରକାର । ଦେଲେ ଘୋଷଣା ମୁତାବକ ବକେୟା 3 ମାସର ପେନସନ ଟଙ୍କା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 18, 2019, 11:32 PM IST

Updated : Oct 19, 2019, 12:00 AM IST

କେନ୍ଦୁଝର: ପଦ୍ମଶ୍ରୀଙ୍କ ଦୁଃଖ ଶୁଣିଲେ ସରକାର । ଦୈତାରୀ ନାଏକଙ୍କୁ ମିଳିଲା 3 ମାସର ପେନସନ 30 ହଜାର ଟଙ୍କା । ଦୈତାରୀଙ୍କ ବ୍ୟତୀତ ତୁଳସୀ ମୁଣ୍ଡାଙ୍କ ଆକାଉଣ୍ଟକୁ ମଧ୍ୟ ସମାନ ପରିମାଣର ଟଙ୍କା ପଠାଯାଇଛି । ଆଗାମୀ ଦିନରେ ପ୍ରତି ମାସକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

ଗତ ଜୁଲାଇ ମାସରେ ସରକାର ସମସ୍ତ ପଦ୍ମଶ୍ରୀ ଉପାଧିଧାରୀଙ୍କୁ 10 ହଜାର ଟଙ୍କା ମାସିକ ପାରିତୋଷିକ ଦେବେ ବୋଲି ଘୋଷଣା କରିଥିଲେ । ଏ ନେଇ ମାଉନଟେନ ମ୍ୟାନ ଦୈତାରୀଙ୍କ ମନରେ ନୂଆ ସଂଚାର ଭରିଯାଇଥିଲା । ସବୁ ଅଭାବ ଦୂର ହେବ ବୋଲି ସେ ଆଶା କରିଥିଲେ । କିନ୍ତୁ ସମସ୍ୟା ସମାଧାନ ହେବା ବଦଳରେ ଆହୁରି ବଢିଥିଲା । ଏଣୁ ସେ ପଦ୍ମଶ୍ରୀ ଫେରାଇବେ ବୋଲି ବି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ତାଙ୍କ ସମସ୍ୟା ଓ ଅଭିଯୋଗ ଆମ ଚ୍ୟାନେଲରେ ପ୍ରକାଶିତ ହେବା ପରେ ସରକାର ଜୁଲାଇ ମାସରୁ ତିନି ମାସର ବକେୟା ଟଙ୍କା ପ୍ରଦାନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦୈତାରୀଙ୍କୁ ତିନି ମାସର ପାରିତୋଷିକ ଦେଲେ ସରକାରBody:ଆଙ୍କର- ଗତ ଜୁଲାଇ ମାସରେ ସରକାର ସମସ୍ତ ପଦ୍ମଶ୍ରୀ ଉପାଧିଧାରୀଙ୍କୁ ଦଶ ହଜାର ଟଙ୍କା ମାସିକ ପାରିତୋଷିକ ଦେବେ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ପରେ କେନାଲ ମ୍ୟାନ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ମନରେ ହସର ସଂଚାର ଭରିଥିଲା । ଦୈତାରୀ ଭାବି ଥିଲେ ତାଙ୍କ ଅଭାବ ଦୂର ହେବ ବୋଲି । କିନ୍ତୁ ତାଙ୍କ ଦୁଃଖ ଦୂର ହେବା ବଦଳରେ ଆହୁରି ବଢିଥିବା ଦୁଃଖର ସହକାରେ ଗଣମାଧ୍ୟମ କୁ ଜଣାଇଥିଲେ । ଏହା ଆମ ଚ୍ୟାନେଲରେ ପ୍ରକାଶିତ ହେବା ପରେ ସଙ୍ଗେ ସଙ୍ଗେ ସରକାର ଜୁଲାଇ ମାସରୁ ତିନି ମାସର ବକେୟା ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କେନ୍ଦୁଝର ର ପଦ୍ମଶ୍ରୀ ଦୈତାରୀ ନାଏକ ଏବଂ ତୁଳସୀ ମୁଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଦଶ ହଜାର ଟଙ୍କା ମାସିକ କରି ତିନି ମାସର ତିରିଶ ହଜାର ଟଙ୍କା ପ୍ରଦାନ କରଯାଇଛି । ଆଗାମୀ ଦିନରେ ପ୍ରତି ମାସ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବାଇଟ-ନଳିନୀ କାନ୍ତ ସାହୁ ( ଜିଲ୍ଲା ସଂସ୍କୃତି ଅଧିକାରୀ)Conclusion:
Last Updated : Oct 19, 2019, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.