ETV Bharat / state

ପେନସନ ପାଇବା ପରେ ଖୁସିବ୍ୟକ୍ତ କଲେ ପଦ୍ମଶ୍ରୀ ଦୈତାରୀ - ପଦ୍ମଶ୍ରୀ ମିଳିଲା ପେନସନ

ଖବର ପ୍ରସାରଣ ପରେ ପଦ୍ମଶ୍ରୀଙ୍କ ଦୁଃଖ ବୁଝିଲେ ସରକାର । ଆଉ ଘୋଷଣା ମୁତାବକ ବକେୟା ରହିଥିବା 3 ମାସର ପେନସନ ଦିଆଯାଇଛି । ଯାହାକୁ ନେଇ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ ।

ଖୁସିବ୍ୟକ୍ତ କଲେ ପଦ୍ମଶ୍ରୀ ଦୈତାରୀ
author img

By

Published : Oct 19, 2019, 10:45 AM IST

କେନ୍ଦୁଝର: ବକେୟା ପେନସନ ପାଇ ଖୁସି ବ୍ୟକ୍ତ କଲେ ପଦ୍ମଶ୍ରୀ ଦୈତାରୀ ନାଏକ । ଗତକାଲି ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କର ବକେୟା ପେନସନ ପ୍ରଦାନ କରାଯାଇଛି । ଏହାକୁ ନେଇ ସେ ଅତ୍ୟନ୍ତ ଖୁସି ଥିବାବେଳେ ଆଗାମୀ ଦିନ ଗୁଡିକ ଆନନ୍ଦରେ କଟିବ ବୋଲି ସେ ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ଦୁଃଖକୁ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସରକାର ତୁରନ୍ତ ଶୁଣିଥିବାର ମଧ୍ୟ ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଯୋଗ୍ୟ, ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ଜୁଲାଇ ମାସରେ ସରକାର ପ୍ରତିଟି ପଦ୍ମଶ୍ରୀ ଉପାଧିକାରୀଙ୍କୁ ମାସିକ 10 ହଜାର ପାରିତୋଷିକ ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଗତ ତିନି ମାସ ଧରି ମାଉଣ୍ଟେନ ମ୍ୟାନଙ୍କୁ ଟଙ୍କା ମିଳିନଥିବାର ଖବର ଆମ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଯାହା ପରେ ନେଇ ସରକାରୀ ବିଭାଗରେ ତତ୍ପରତା ଦେଖାଦେବା ସହ ଘୋଷଣା ମୁତାବକ ସଂସ୍କୃତି ବିଭାଗ ପକ୍ଷରୁ 3 ମାସର ପେନସନ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବକେୟା ପାରିତୋଷିକ ପାଇ ଖୁସି ହେଲେ ପଦ୍ମଶ୍ରୀ ଦୈତାରୀBody:ଆଙ୍କର- ଦୈତାରୀ ନାଏକ ଙ୍କୁ ଗତକାଲି ସଂକୃତି ବିଭାଗ ପକ୍ଷରୁ ତାଙ୍କର ବକେୟା ତିନି ମାସର ପାରିତୋଷିକ ପ୍ରଦାନ କରାଯାଇଛି । ଏହାକୁ ନେଇ ସେ ଅତ୍ୟନ୍ତ ଖୁସି ଥିବା ବେଳେ କଷ୍ଟମୟ ଜୀବନ ର ବାକି ସମୟ ଟିକେ ଆନନ୍ଦ ରେ କଟିବ ବୋଲି ପ୍ରକାଶ କରିଛନ୍ତି । ଗତକାଲି ଏନେଇ ଆମେ ଆମ ଟିଭିରେ ଖବର ପ୍ରସାରିତ କଲା ପରେ ସଂକୃତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆସନ୍ତୁ ଶୁଣିବା କଣ କହୁଛନ୍ତି ପଦ୍ମଶ୍ରୀ ଦୈତାରୀ ।

ବାଇଟ- ପଦ୍ମଶ୍ରୀ ଦୈତାରୀ ନାଏକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.