ETV Bharat / state

କାରାଗାରରେ ଜଣେ କଏଦୀ ମୃତ, ଅନ୍ୟ ଗୁରୁତର ମେଡିକାଲରେ ଭର୍ତ୍ତି - କେନ୍ଦୁଝର ଖବର

କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ କଏଦୀ ମୃତ, ଅନ୍ୟ ଜଣେ ଗୁରୁତର । ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି । ଅଧିକ ପଢନ୍ତୁ...

one prisoner is dead another in under going treatment in keonjhar jail
କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ , ଅନ୍ୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି
author img

By

Published : Sep 13, 2020, 8:01 AM IST

କେନ୍ଦୁଝର: କାରାଗାରରେ ଘଟିଲା ଅଘଟଣ । କେନ୍ଦୁଝର ଜିଲ୍ଲା କାରାଗାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଚଳିତ ମାସ ୯ ତାରିଖରେ ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆସିଥିବା ବିଦ୍ୟାଧର ଜୁଆଙ୍ଗ ହୃଦଘାତ ମୃତ୍ୟୁବରଣ କରିଛନ୍ତି । ସେ ଜେଲରେ ଥିବା ବେଳେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କାରାଗାରରେ ଜଣେ କଏଦୀ ମୃତ, ଅନ୍ୟ ଗୁରୁତର ମେଡିକାଲରେ ଭର୍ତ୍ତି

ସେହିପରି ଅନ୍ୟ ଜଣେ କଏଦୀ ପଦ୍ମଲୋଚନ ମହାକୁଡୁ । ସଦର ଥାନା ଅଞ୍ଚଳର ୨୦୧୮ରେ ହତ୍ୟା ମାମଲାରେ କାରାଗାରରେ ରହି ସଜା କାଟୁଥିଲେ । ହେଲେ ମାନସିକ ଭାରସାମ୍ୟ ହରାଇ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ,ସେ ବ୍ଲେଡ଼ରେ ଏହି ଉଦ୍ୟମ କରିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.