କେନ୍ଦୁଝର: କେନ୍ଦୁଝରରେ ଶୁକ୍ରବାର ବାମେଵାରୀ ଥାନା ଅନ୍ତର୍ଗତ ପଳାସଘାଟିରେ ଘଟିଛି ଦୁର୍ଘଟଣା । ଆଗରେ ଯାଉଥିବା ଟ୍ରକର ବ୍ରେକ ଫେଲ ଯୋଗୁଁ ପଛକୁ ଗଡି ଆସିଥିଲା ବେଳେ ପଛ ଟ୍ରକ ସହ ଧକ୍କା ହେବା ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣା ଏତେ ଜୋରରେ ହେଇଥିଲା ଯେ, ପଛ ଟ୍ରକରେ ଥିବା ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳ ହେଲପର ଗୁରୁତର ହୋଇଛି ।

ଘଟଣାସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ