ETV Bharat / state

ମହୁମାଛି ଆକ୍ରମଣ: ଜଣେ ମହିଳା ମୃତ, ୩ ଗୁରୁତର - ମହୁମାଛି ଆକ୍ରମଣ

ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଯୋଡ଼ା ବ୍ଲକ୍ ତିତିରବିଲ୍ ଗାଁର ୫୦ ବର୍ଷିୟା ମହିଳା ବାସୁମତୀ ସର୍ଦ୍ଦାର ।

ମହୁମାଛି ଆକ୍ରମଣ ଜଣେ ମହିଳା ମୃତ, ୩ ଗୁରୁତର
ମହୁମାଛି ଆକ୍ରମଣ ଜଣେ ମହିଳା ମୃତ, ୩ ଗୁରୁତର
author img

By

Published : Sep 24, 2020, 6:32 PM IST

କେନ୍ଦୁଝର: ଚମ୍ପୁଆ ବସାସାହି ଜଙ୍ଗଲରେ ଅଘଟଣ । ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଯୋଡ଼ା ବ୍ଲକ୍ ତିତିରବିଲ୍ ଗାଁର ୫୦ ବର୍ଷିୟା ମହିଳା ବାସୁମତୀ ସର୍ଦ୍ଦାର । ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଅନ୍ୟ ୩ ମହିଳା ସାବିତ୍ରୀ ସର୍ଦ୍ଧାର, ଚାନ୍ଦୁ ମୁଣ୍ଡା ଓ ସିନି ମୁଣ୍ଡାଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମହୁମାଛି ଆକ୍ରମଣ ଜଣେ ମହିଳା ମୃତ

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ତିତିରବିଲ୍ ଗାଁର ଏହି ୪ଜଣ ମହିଳା ସକାଳୁ ଝାଡୁ ପାଇଁ ଆବଶ୍ୟକ ଝାଟି କାଟିବା ପାଇଁ ଚମ୍ପୁଆ ନିକଟସ୍ଥ ବସାସାହି ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ଭିତରେ ଝାଟି କାଟୁଥିବାବେଳେ ହଠାତ୍ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା ।

ମହୁମାଛି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ୩ ଜଣ ଦୂରକୁ ଧାଇଁ ପଳାଇ ଯିବାରେ ସକ୍ଷମ ହୋଇଥିଲେ ହେଁ ବାସୁମତୀ ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇପାରି ନଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପରେ ନିକଟସ୍ଥ ଗ୍ରାମବାସୀ ୩ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.