ETV Bharat / state

ନିର୍ଦ୍ଦୟ ! ଚୋରି ସନ୍ଦେହରେ ଜନ୍ମ କଲା ମା'କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ

author img

By ETV Bharat Odisha Team

Published : Dec 25, 2023, 7:30 AM IST

Old Woman Tortured by Son: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରାସପଶି ଗ୍ରାମରେ ବିଲରୁ କୋବି ଚୋରି ସନ୍ଦେହରେ ବୃଦ୍ଧା ମାଆକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ । ଅଧିକ ପଢ଼ନ୍ତୁ

old woman beaten up by son
old woman beaten up by son

କେନ୍ଦୁଝର: ଧିକ୍‌ ସେ ପୁଅ ଜନ୍ମ । କୋବି ପାଇଁ ଜନ୍ମ କଲା ମାଆକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲା ପୁଅ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝରର ନାରଦପୁରସ୍ଥିତ ଶରାଷପଶି ଗ୍ରାମରୁ । ତେବେ ପୋଲିସ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ଶରାଷପଶି ଗ୍ରାମର ଶୁଭନ୍ଦ୍ରା ମହାନ୍ତ (୭୦) ଏବଂ ତାଙ୍କ ପରିବାର ବସବାସ କରିଥାନ୍ତି । ୧୦ ବର୍ଷ ତଳେ ବୃଦ୍ଧାଙ୍କ ସ୍ୱାମୀ ଭୁଟୁରାମ ମହାନ୍ତ ଆରପାରିକୁ ଚାଲିଯାଇଛନ୍ତି । ତେବେ ୨ ପୁଅ ଓ ବୋହୁଙ୍କ ସହ ସେ ରହି ଆସୁଥିଲେ । ହେଲେ ବଡ଼ପୁଅ କରୁଣାଙ୍କ ମଧ୍ୟ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା । ଏହାପରେ ସେମାନେ ଅଲଗା ରହୁଥିଲେ । ହେଲେ ଗତ ବୁଧବାର ଦିନ ବାଡ଼ିରୁ କେହି କୋବି ଚୋରି କରି ନେଇଥିବା ବେଳେ ସାନ ପୁଅ ମା’ ଶୁଭଦ୍ରାଙ୍କ ଉପରେ ସନ୍ଦେହ କରିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସାନ ପୁଅ ଶତୃଘ୍ନ ବୁଧବାର ଏବଂ ଗୁରୁବାର ୨ଦିନ ଧରି ମା’ ଶରଦାଙ୍କୁ ମାରଧର କରି ଆସୁଥିଲା ।

ଏହାପରେ ଗତ ଶନିବାର ଦିନ ପୁନର୍ବାର ମା’ ଶୁଭଦ୍ରାଙ୍କୁ ଘରୁ ଘୋଷାଡି ଆଣି ତାଙ୍କୁ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧିରେ ମାଡ଼ ମାରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧା ଶୁଭଦ୍ରାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ପୋଲିସର ହସ୍ତକ୍ଷେପ ଯୋଗୁଁ ଏଥିରେ ଉତକ୍ଷୀପ୍ତ ହୋଇ ସାନ ପୁଅ ଶତୃଘ୍ନର ସ୍ତ୍ରୀ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ଚିକିତ୍ସାଧିନ ଥିବା ଶାଶୂଙ୍କୁ ଆକ୍ରମଣ କରିଥିଲେ । ଏନେଇ ଡାକ୍ତରଖାନାର ନର୍ସ ଏବଂ ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଏହା ମଧ୍ୟ ପଢନ୍ତୁ- ଜନ୍ମଦାତ୍ରୀକୁ ଚପଲରେ ମାଡ଼ ମାରିଲା ଝିଅ, ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

ତେବେ ଏହି ଅଭାବନୀୟ ଘଟଣାଟିରେ ପୋଲିସ କୌଣସି ଏତଲା ରୁଜୁ କରିନଥିବା ବେଳେ ଏବେବି ଜୀବନ ଭୟରେ ବୃଦ୍ଧା ଜଣଙ୍କ ଡାକ୍ତରଖାନାରେ ପଡ଼ି ରହିଛନ୍ତି । ସାନ ପୁଅ ଓ ବୋହୁଙ୍କ ଭୟରେ ବଡ଼ ବୋହୁ ମଧ୍ୟ ଡାକ୍ତରଖାନାକୁ ଆସି ବୃଦ୍ଧା ଜଣଙ୍କୁ ଉଦ୍ଧାର କରିବାକୁ ସାହାସ ଜୁଟାଇ ପାରିନାହାନ୍ତି । ବୃଦ୍ଧା ଜଣଙ୍କ ମୂର୍ମୁଷୁ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ପୋଲିସ ଅଭିଯୁକ୍ତ ପୁଅ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ଗ୍ରାମବାସୀମାନେ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.