ଆନନ୍ଦପୁର: ନଦୀରେ ଭାସିଯାଇ ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଓଗାଁ ଗ୍ରାମରେ ଗୁରୁବାର ଜଣେ ବୃଦ୍ଧ ଶୌଚ ହେବାକୁ ଯାଇଥିବା ବେଳେ ନଦୀକୁ ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ କୁଶେଇ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗୁରୁବାର ସକାଳୁ ଦେଓଗାଁ ଗ୍ରାମର ଭରତ ମୁଖୀ କୁଶେଇ ନଦୀକୁ ଶୌଚ ହେବାକୁ ଯାଇଥିଲେ । ଶୌଚ ବେଳେ ଗୋଡ଼ ଖସିଯିବାରୁ ସେ ଭାସି ଯାଇଥିଲେ ।
ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ