ETV Bharat / state

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମଦ ବୋତଲ ସହ ଗଡୁଛନ୍ତି ଅଧିକାରୀ, ଭିଡ଼ିଓ ଭାଇରାଲ

କେନ୍ଦୁଝର ଜିଲ୍ଲା ସାହାରପଡା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଖୋଦ ପ୍ରାଣୀଧନ ନିରୀକ୍ଷକ ଅଜୟ କୁମାର ପାତ୍ର ମଦ ପିଇ ଗଡୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମଦ ବୋତଲ ସହ ଅଧିକାରୀ, ଭିଡ଼ିଓ ଭାଇରଲ

author img

By

Published : Aug 19, 2021, 2:44 PM IST

କେନ୍ଦୁଝର: ମଦ ପିଇ ତଳେ ଗଡୁଛନ୍ତି ପ୍ରାଣୀଧନ ନିରୀକ୍ଷକ । କେନ୍ଦୁଝର ଜିଲ୍ଲା ସାହାରପଡା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଖୋଦ ପ୍ରାଣୀଧନ ନିରୀକ୍ଷକ ଅଜୟ କୁମାର ପାତ୍ର ମଦ ପିଇ ଗଡୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସାହାରପଡା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ସମ୍ପୂର୍ଣ ଭାବେ ଭୂତ କୋଠୀ ପାଲଟିଛି । ଚିକିତ୍ସା କେନ୍ଦ୍ରରେ ଥିବା ଏକ ଫାଇଲ ପେଟିରୁ ୨ଟି ମଦ ବୋତଲ, ଥଣ୍ଡା ଓ ଗ୍ଲାସ ପଡିଥିବା ନଜରକୁ ଆସିଛି । ଅଫିସର ଝରକା ପଛ ପାଖରେ ମଧ୍ୟ ଖୋଲା ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମଦ ବୋତଲ ସହ ଅଧିକାରୀ, ଭିଡ଼ିଓ ଭାଇରଲ

ସୂଚନା ଅନୁଯାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ପ୍ରାୟ ସମୟରେ ବନ୍ଦ ରହୁଛି । ଅଫିସ ଭିତରେ ଥିବା ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଏଣେତେଣେ ପଡ଼ି ଭୂତ କୋଠୀ ପାଲଟିଛି । ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଜନସାଧାରଣ ପ୍ରାଣୀଧନ ଅଧିକାରୀଙ୍କ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହି ଭିଡ଼ିଓ ଭାଇରାଲ ପରେ ଉପରିସ୍ଥ ଅଧିକାରୀ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.