ETV Bharat / state

ଓଡିଶା ମୋ ପରିବାର ପକ୍ଷରୁ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଉଦଘାଟିତ - ରକ୍ତ ଭଣ୍ଡାର କାର୍ଯ୍ୟକ୍ରମ ଉଦଘାଟିତ

ଓଡିଶା ମୋ ପରିବାରର ରକ୍ତଦାନ ଶିବିର ଜୀବନ ବିନ୍ଦୁ। କୋରୋନା ପରି ମହାମାରୀ ସମୟରେ ରକ୍ତ ଭଣ୍ଡାର ମାନଙ୍କର ରକ୍ତର ଅଭାବ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି ।

ରକ୍ତ ଭଣ୍ଡାରରେ ଅଭାବ ପୂରଣ କରିବ ''ଓଡିଶା ମୋ ପରିବାର ଜୀବନ ବିନ୍ଦୁ'' କାର୍ଯ୍ୟକ୍ରମ

author img

By

Published : Aug 12, 2020, 1:09 PM IST

ଆନନ୍ଦପୁର: ଓଡିଶା ମୋ ପରିବାରର ରକ୍ତଦାନ ଶିବିର ଜୀବନ ବିନ୍ଦୁ। କୋରୋନା ପରି ମହାମାରୀ ସମୟରେ ରକ୍ତ ଭଣ୍ଡାର ମାନଙ୍କର ରକ୍ତର ଅଭାବ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ବୁଧବାର କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାରର ରାଜ୍ୟ ସଂଯୋଜକ ତଥା ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଉଦ୍ଘାଟନ କରିଥିଲେ।

ରକ୍ତ ଭଣ୍ଡାରରେ ଅଭାବ ପୂରଣ କରିବ ''ଓଡିଶା ମୋ ପରିବାର ଜୀବନ ବିନ୍ଦୁ'' କାର୍ଯ୍ୟକ୍ରମ

ଏହି ସମୟରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସହ ବରିଷ୍ଠ ବିଧାୟକ ବଦ୍ରୀ ନାରାୟଣ ପାତ୍ର ଓ ପାଟଣା ବିଧ୍ୟୟକ ଜଗନ୍ନାଥ ନାୟକ , ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ,ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଯୁବ ସଂଯୋଜକ ସାମିଲ ହୋଇଥିଲେ।। ତେବେ ଏହି କାର୍ଯ୍ୟକ୍ରମରେ ବହୁ ଯୁବଙ୍କ ମଧ୍ୟରେ ରକ୍ତ ଦାନ କରିବା ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ସହ ବିଦ୍ୟାଳୟ ପରିସରରେ ଅତିଥି ମାନେ କିଛି ବୃକ୍ଷ ରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୋ ଓଡ଼ିଶା ପରିବାର ର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ପରିଚାଳନା କରିଥିବା ବେଳେ ସମସ୍ତ ଦଳୀୟ କର୍ମୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଜିଲ୍ଲାରେ ରକ୍ତର ଅଭାବ ଦୂର ହେବା ସହ ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଅନୁଷ୍ଠିତ ହେବ ବୋଲି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.