ଆନନ୍ଦପୁର: କେନ୍ଦୁଝର ଘସିପୁରା ବ୍ଲକ ବେଲଦା ଗାଁର ଦେହୁରୀ ସାହି । ସାହିରେ ନାହିଁ ଗୋଟିଏ ବି ପକ୍କା ଘର । ନୂଆଁଣିଆ ଚାଳ ଛପର ଘର ସାଙ୍ଗକୁ କେତେକଙ୍କ ଘରେ ଠାଏ ଠାଏ ପାଲ ପଡିଛି । ଏଭଳି ଅବସ୍ଥାରେ ଏମାନଙ୍କ ଜୀବନ ବିତୁଛି । ହେଲେ ସାହିରେ କାହାରିକୁ ଏଯାଏଁ ସରକାରୀ ଯୋଜନାରେ ମିଳିନି ଖଣ୍ଡିଏ ଘର ।
ତେବେ ଏଠାକାର ଲୋକଙ୍କୁ ଘର ନମିଳିବା ପଛରେ ରହିଛି ସରକାରୀ କର୍ମଚାରୀଙ୍କ ତ୍ରୁଟି । ରାଜ୍ୟର ସମସ୍ତ ଦେହୁରୀ ସମ୍ପ୍ରଦାୟ ଓବିସିରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ କେବଳ ଏମାନଙ୍କୁ ଜନଗଣନା ସମୟରେ ‘ଏସଟି’ ରେ ରଖାଯାଇଛି । ଯାହାକି ଏମାନଙ୍କ ପାଇଁ କାଳ ସାଜିଛି । ନା ଏକୂଳର ହେଇପାରୁଛନ୍ତି ନା ସେକୂଳର । ସେପଟେ ଏହା ଉପରେ ତଦନ୍ତ କରାଯାଇ ଶୀଘ୍ର ସମସ୍ୟାର ସମାଧାନ କରି ଘର ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ।
ସରକାରୀ ତ୍ରୁଟି ପାଇଁ ଏମାନେ ହିନସ୍ତା ହେଉଛନ୍ତି । ଦେଖାଯାଉ କେବେ ପ୍ରଶାସନ ଏମାନଙ୍କ ଗୁହାରୀ ଶୁଣୁଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ