ETV Bharat / state

ଆସନ୍ତାକାଲି ଓଡିଶା ଆସୁଛନ୍ତି ନିତିନ ଗଡକରୀ - nitin gadkari

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡକରୀ । ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ଦେବେ ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : Apr 17, 2019, 11:09 PM IST

ଆନନ୍ଦପୁର: ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡକରୀ । ଗୁରୁବାର ଦିନ ୧ ଟା ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳପଡା କଲେଜ ପଡ଼ିଆ ଠାରେ ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ଦେବେ ସେ । ଗଡକାରୀ ଏକ ସତନ୍ତ୍ର ହେଲିକପ୍ଟର ମାଧ୍ୟମରେ ଆସିବାର ବ୍ୟବସ୍ଥା କରାଯାଇଛି ।

ଏହି ସଭାରେ ସେ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ଚରଣ ନାୟକ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୃଥ୍ବିରାଜ କୁଅଁରଙ୍କ ପାଇଁ ପ୍ରଚାର କରିବେ । ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେବାର ସମ୍ଭାବନା ରହିଛି । ତେଣୁ ଏନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ସେପଟେ ସଭା ପୂର୍ବରୁ ଆଜି ଶାଳପଡା କଲେଜ ପଡ଼ିଆ ଠାରେ ଭୂମି ପୂଜା କରାଯାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ବିଜେପି ପ୍ରହରୀ ବିରଞ୍ଚି ତ୍ରିପାଠୀ, ପୂର୍ବତନ ବିଧାୟକ କ୍ଷୀରୋଦ ପ୍ରସାଦ ସ୍ୱାଇଁ ଓ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁଙ୍କ ସମେତ ପୃଥୀରାଜ କୁଅଁର, ଆଲୋକ ସେଠୀ ଏବଂ ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ କାଉଣ୍ଟ ଡାଉନ

ଭୁବନେଶ୍ବର: ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ। ତେବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀକୁ ମାଓ ଭୟ ରହିଛି। 

ସେହି ଅନୁସାରେ ମତଦାନ ସମୟରେ ପରିବର୍ତ୍ତନ କରାଯାଇଛି। ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର, ଭଟଲି, ସୁନ୍ଦରଗଡ଼ର ରଘୁନାଥପଲ୍ଲୀ, ବଣାଇ, ବଲାଙ୍ଗୀରର ପଟଣାଗଡ଼, କଣ୍ଟାବାଞ୍ଜି, କନ୍ଧମାଳର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା 4ଟା ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବ । ବାକି ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ 7ରୁ 6ଟା ଯାଏଁ ହେବ ମତଦାନ ଚାଲିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.